Latest Odisha News

BREAKING NEWS

ଦେଶରେ ୨୧୦୦ ଟପିଲା ଓମିକ୍ରନ୍‌ ମାମଲା; ମହାରାଷ୍ଟ୍ରରୁ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରୁଛି ଓମିକ୍ରନ୍‌। ବୁଧବାର ଭାରତରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩୫କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଓମିକ୍ରନ୍‌ରୁ ୮୨୮ ରୋଗୀ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଓମିକ୍ରନ୍‌ ମାମଲା ସର୍ବାଧିକ ରହୁଥିବା ରିପୋର୍ଟ ହୋଇଛି।

ଏହି ତାଲିକାରେ ଶୀର୍ଷରେ ରହିଛି ମହାରାଷ୍ଟ୍ର ଏବଂ ତା ପଛକୁ ରହିଛି ଦିଲ୍ଲୀ। ଓମିକ୍ରନ୍‌ ମାମଲାରେ ତୃତୀୟ ସ୍ଥାନରେ ରହିିଛି କେରଳ। ମହାରାଷ୍ଟ୍ର, ଦିଲ୍ଲୀ ଏବଂ କେରଳରେ ଏପର୍ଯ୍ୟନ୍ତ ଯଥାକ୍ରମେ ୬୫୩, ୪୬୪, ଏବଂ ୧୮୫ ଟି ମାମଲା ରେକର୍ଡ କରାଯାଇଛି।

Leave A Reply

Your email address will not be published.