Latest Odisha News

BREAKING NEWS

ଓମିକ୍ରନ ଚର୍ମରେ ୨୧ ଘଣ୍ଟା ଓ ପ୍ଲାଷ୍ଟିକରେ ୮ ଦିନରୁ ଅଧିକ ରହିଥାଏ

ନୂଆଦିଲ୍ଲୀ: ଓମିକ୍ରନ ଭେରିଅଣ୍ଟ ଚର୍ମରେ ୨୧ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଜୀବିତ ରହି ପାରୁଥିବା ବେଳେ ପ୍ଲାଷ୍ଟିକରେ ୮ ଦିନରୁ ଅଧିକ ରହିପାରେ ବୋଲି ଜାପାନର ଏକ ଅଧ୍ୟୟନରୁ ଜଣାପଡ଼ିଛି । ଜାପାନର କ୍ୟୋଟୋ ପ୍ରିଫେକ୍ଟୁରାଲ ୟୁନିଭର୍ସିଟି ଅଫ ମେଡିସିନର ଗବେଷକମାନେ ଏହି ଗବେଶଣା କରିଥିଲେ ।

ସମୀକ୍ଷା ଅଧ୍ୟୟନରୁ ଜଣାପଡିଛି ଯେ ଆଲଫା, ବିଟା, ଡେଲ୍ଟା, ଏବଂ ଓମିକ୍ରନ୍ ଭାରିଆଣ୍ଟ୍ ଉହାନ୍ ଷ୍ଟ୍ରେନ୍ ଅପେକ୍ଷା ପ୍ଲାଷ୍ଟିକ୍ ଏବଂ ଚର୍ମ ପୃଷ୍ଠରେ ଦୁଇ ଗୁଣରୁ ଅଧିକ ଲମ୍ବା ସମୟ ପର୍ୟ୍ୟନ୍ତ ବଞ୍ଚି ପାରନ୍ତି ।

ଏହି ଅଧ୍ୟୟନ କରିଥିବା ଗବେଷକମାନେ କହିଛନ୍ତି, ପ୍ଲାଷ୍ଟିକ୍ ପୃଷ୍ଠରେ, ମୂଳ ଷ୍ଟ୍ରେନ୍ର ହାରାହାରି ବଞ୍ଚିବା ସମୟ ଏବଂ ଆଲଫା, ବିଟା, ଗାମା ଏବଂ ଡେଲ୍ଟା ଭାରିଆଣ୍ଟ ଯଥାକ୍ରମେ ୫୬ ଘଣ୍ଟା, ୧୯୧.୩ ଘଣ୍ଟା, ୧୫୬.୬ ଘଣ୍ଟା, ୫୯.୩ ଘଣ୍ଟା ଏବଂ ୧୧୪ ଘଣ୍ଟା ରହିଥିଲା ବେଳେ ଓମିକ୍ରନ୍ ଭାରିଆଣ୍ଟ ୧୯୩.୫ ଘଣ୍ଟା ରହେ ।

ସେହିପରି ଚର୍ମରେ ଏହି ଭାଇରସ୍ ବଞ୍ଚିବା ସମୟ ୮.୬ ଘଣ୍ଟା, ଆଲଫା ପାଇଁ ୧୯.୬ ଘଣ୍ଟା, ବିଟା ପାଇଁ ୧୯.୧ ଘଣ୍ଟା, ୧୧ ଘଣ୍ଟା ଗାମା, ଡେଲ୍ଟା ପାଇଁ ୧୬.୮ ଘଣ୍ଟା ଏବଂ ଓମିକ୍ରନ୍ ପାଇଁ ୨୧.୧ ଘଣ୍ଟା ବୋଲି ଜାପାନର ଗବେଶକମାନେ କହିଛନ୍ତି ।

Comments are closed, but trackbacks and pingbacks are open.