Latest Odisha News

ହକି ବିଶ୍ୱ କପ୍ ପାଇଁ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ସମୀର

ଭୁବନେଶ୍ୱର : ଓଡ଼ିଶାରେ ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱ କପ୍ । ଏଥିପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଯାଉଛି । ମନ୍ତ୍ରୀ ସମୀର ରଞ୍ଜନ ଦାଶ ମିଜୋରାମ ମୁଖ୍ୟମନ୍ତ୍ରୀ ପୁ. ଜୋରାମଥାଙ୍ଗାଙ୍କୁ ଆଜି ସକାଳେ ଆଇଜଲ୍ ଠାରେ ଭେଟିଛନ୍ତି । ତାଙ୍କୁ ହକି ବିଶ୍ୱ କପ୍ ସକାଳେ ଓଡ଼ିଶା ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି । ଭୁବନେଶ୍ୱର ସହିତ ରାଉରକେଲାରେ ବି ପୁରୁଷ ହକି ବିଶ୍ୱ କପ୍ ହେବ ।

ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ହେବାକୁ ଥିବା ଏଫଆଇଏଚ ଓଡିଶା ହକି ପୁରୁଷ ବିଶ୍ୱକପ ପାଇଁ ଭାରତୀୟ ଦଳର ନେତୃତ୍ୱ ହରମନପ୍ରୀତ ସିଂ ନେବେ । ଦଳର ଉପ ଅଧିନାୟକ ଦାୟିତ୍ୱ ଓଡିଶାର ଅମିତ ରୋହିଦାସଙ୍କୁ ପ୍ରଦାନ କରାଯାଇଛି । ରାଉରକେଲାରେ ନୂତନ ଭାବେ ନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଜାନୁୟାରୀ ୨୫ରୁ କ୍ୱାର୍ଟରଫାଇନାଲ ମ୍ୟାଚ ଖେଳାଯିବ । ୨୭ରେ ସେମିଫାଇନାଲ ଏବଂ ବ୍ରୋଞ୍ଜ ପଦକ ମୁକାବିଲା ଓ ଫାଇନାଲ ୨୯ରେ ଖେଳାଯିବ ।

ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉତ୍ତର ପ୍ରଦେଶ ଯାଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ମନ୍ତ୍ରୀ ଅତନୁ ସବ୍ୟସାଚୀ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ଏବଂ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ.ରଙ୍ଗାସାମୀଙ୍କୁ  ନିମନ୍ତ୍ରଣ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଅଶୋକ ପଣ୍ଡା ନୂଆଦିଲ୍ଲୀରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡିଙ୍କୁ ସାକ୍ଷାତ କର ନିମନ୍ତ୍ରଣ ଦେଇଥିଲେ ।  ମନ୍ତ୍ରୀ ଜଗନ୍ନାଥ ସାରକା ରାଞ୍ଚି ଯାଇ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ  ହେମନ୍ତ ସୋରେନଙ୍କୁ ନିମନ୍ତ୍ରପତ୍ର ଦେଇଥିଲେ ।

ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ, ମନ୍ତ୍ରୀ ଅଶ୍ୱିନୀ ପାତ୍ର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ନିଉତା ଦେଇଛନ୍ତି । ମନ୍ତ୍ରୀ ଅଶୋକ ପଣ୍ଡା ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସି, ମନ୍ତଅୀ ରଣେନ୍ଦ୍ର ପ୍ରତାପ ସିଂ କେରଳ ମୁଖ୍ୟମନ୍ତୀ ପିନାରାଇ ଭିଜୟନ, ମନ୍ତ୍ରୀ ରୀତା ସାହୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପଶେ ବଘେଲ, ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ତ୍ରିପୁରା ମୁଖ୍ୟମନ୍ତ୍ରୀ ଡ. ମାନିକ ସାହ, ମନ୍ତ୍ରୀ ପ୍ରତାପ କେଶରୀ ଦେବ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସା:ନ୍ତ, ମନ୍ତ୍ରୀ ପ୍ରମିଳା ମଲ୍ଲିକ ହରିଆନା ମୁଖ୍ୟମନ୍ତ୍ରୀ  ମନୋହର ଲାଲ ଖଟ୍ଟର, ମନ୍ତ୍ରୀ ସମୀର ରଞ୍ଜନ ଦାସ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖଭିନ୍ଦର ସିଂ ସୁଖୁ ଏବଂ ମନ୍ତ୍ରୀ ତୁଷାରକାନ୍ତି ବେହେରା କର୍ଣ୍ଣାଟକ  ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇଙ୍କୁ  ହକି ବିଶ୍ୱ କପ ପାଇଁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ ପଠାଇଛନ୍ତି ।

Comments are closed.