ପୁରୀ: ରାତି ପାହିଲେ ଆଲୋକର ପର୍ବ ଦୀପାବଳୀ । ଏହି ଉପଲକ୍ଷେ ବାଲୁକା କଳା ମାଧ୍ୟମରେ ସାରା ଦେଶବାସୀଙ୍କୁ ପବିତ୍ର ଦୀପାବଳୀର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିର ନୀଳାଦ୍ରି ବିଚ୍ ରେ ବିଶ୍ଵର ସବୁଠାରୁ ବଡ ବାଲିର ଦୀପ ତିଆରି କରି ଏକ ନିଆରା ଢଙ୍ଗରେ ଦୀପାବଳୀର ଶୁଭେଚ୍ଛା ଜଣାଇବା ସହ ବାଲୁକଳାରେ ଶୁଭ ଦୀପାବଳୀର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ ।
ଏହି ଅବସରରେ ପ୍ରଭୁ ଶ୍ରୀରାମଙ୍କ ଏକ ବିଶାଳ ପ୍ରତିକୃତି ବାଲୁକା ଚିତ୍ରକଳାରେ ସେ ନିର୍ମାଣ କରିଛନ୍ତି । ଆଗାମୀ ଦିନରେ ରାମ ମନ୍ଦିରର ଭବ୍ୟ ଉଦଘାଟନୀ ସମାରୋହ ଥିବା ବେଳେ ଏହି କାର୍ଯ୍ୟ ସଫଳ ହେଉ ବୋଲି ସୁଦର୍ଶନ ପ୍ରଭୁ ଶ୍ରୀରାମଙ୍କୁ ପ୍ରାର୍ଥନା କରିଛନ୍ତି । ଏହି ସୁନ୍ଦର ବାଲୁକା ଚିତ୍ରକଳାକୁ ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ବେଶ ଭିଡ ଜମିଥିଲା ।
Comments are closed.