Latest Odisha News

BREAKING NEWS

ଜନ୍ମ ଦିନରେ ଫ୍ୟାନ୍ସ ଙ୍କୁ ଖୁସି ଖବର ଦେଲେ ଅକ୍ଷୟ

ମୁମ୍ବାଇ: ଆଜି ବଲିଉଡର ଖିଲାଡୀ କୁମାର ତଥା ଅକ୍ଷୟ କୁମାରଙ୍କ ଜନ୍ମବର୍ଷିକୀ l ଜନ୍ମଦିନ ଅବସରରେ ଅକ୍ଷୟଙ୍କ ପାଖକୁ ତାଙ୍କ ଫ୍ୟାନ୍ସଙ୍କର ଶୁଭେଚ୍ଛାର ସୁଅ ଛୁଟିଛି l ଆଉ ଏହି ଜନ୍ମଦିନ ଅବସରରେ ଫ୍ୟାନ୍ସମାନଙ୍କୁ ମଧ୍ୟ ଏକ ଉପହାର ଭେଟି ଦେଇଛନ୍ତି ଖିଲାଡୀ ବୟ ଅକ୍ଷୟ l ନିଜର ଆଗାମୀ ଚଳଚିତ୍ରର ପ୍ରଥମ ଝଲକ ସୋସିଆଲ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅକ୍ଷୟ l

ବାସ୍ତବରେ ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚିତ୍ର ‘ଭୁତ ବଙ୍ଗଳା’ର ପ୍ରଥମ ଲୁକ ଜାରି କରିଛନ୍ତି l ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପ୍ରିୟଦର୍ଶନ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ, ଅଭିନେତା ଅକ୍ଷୟ କୁମାର ଦୀର୍ଘ 14 ବର୍ଷ ପରେ ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ସହ ପୁଣିଥରେ ଏକାଠି କାମ କରୁଛନ୍ତି l ଆଗାମୀ ଚଳଚ୍ଚିତ୍ରର ପ୍ରଥମ ଲୁକ ସେୟାର କରିବା ବେଳେ ଅକ୍ଷୟ କୁମାର କ୍ୟାପସନରେ ଲେଖିଛନ୍ତି, ମୋର ଜନ୍ମଦିନରେ ଆପଣମାନେ ଏତେ ସାରା ଭଲପାଇବା ଓ ଶୁଭକାମନା ଦେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ l ଜନ୍ମ ଦିନର ଏହି ଖୁସି ‘ଭୁତ ବଙ୍ଗଳା’ର ପ୍ରଥମ ଲୁକ୍ ସହିତ ପାଳନ କରିବି l ଦୀର୍ଘ 14 ବର୍ଷ ପରେ ପ୍ରିୟଦର୍ଶନଙ୍କ ସହ ପୁନର୍ବାର କାମ କରୁଥିବାରୁ ମୁଁ ବହୁତ ଉତ୍ସାହିତ l ଏହି ଡ୍ରିମ କୋଲାବରେସନକୁ ଦୀର୍ଘ ସମୟ ହୋଇଗଲାଣି l ଏବେ ସମୟ ଆସିଛି ଆପଣଙ୍କ ସହ ସବୁ ବାଣ୍ଟିବାର l

 

View this post on Instagram

 

A post shared by Akshay Kumar (@akshaykumar)

କହିରଖୁଛୁ ଯେ, ଗଣେଶ ଚତୁର୍ଥୀ ଦିନ ଅକ୍ଷୟ କୁମାର ଏକ ମୋସନ ପୋଷ୍ଟର ସହ ଘୋଷଣା କରିଥିଲେ ଯେ, 9 ସେପ୍ଟେମ୍ବରରେ ସେ କିଛି ବଡ ଘୋଷଣା କରିବାକୁ ଯାଉଛନ୍ତି । ଅଭିନେତା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏନେଇ ସୂଚନା ଦେଇଥିଲେ l ଅକ୍ଷୟଙ୍କ ଏହି ପୋଷ୍ଟ ସହିତ ପ୍ରଶଂସକଙ୍କ ଉତ୍ସାହ ଏବେ ଦ୍ବିଗୁଣିତ ହୋଇଯାଇଛି l ଗଣେଶ ଚତୁର୍ଥୀ ଦିନ ଅଭିନେତା ପୋଷ୍ଟ ପରେ ତାଙ୍କ ପ୍ରଶଂସକ ମାନେ ଭାବିଥିଲେ ଯେ ହୁଏତ ଅଭିନେତା ଭୁଲ ଭୁଲେୟା 3 କିମ୍ବା ହେରା ଫେରି 3ର ଘୋଷଣା କରିପାରନ୍ତି l କିନ୍ତୁ ସେସବୁ ଚର୍ଚ୍ଚା ଉପରେ ପରଦା ପକେଇ ଶେଷରେ ଅଭିନେତା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଭୁତ ବଙ୍ଗଳା’ ଘୋଷଣା କରିଛନ୍ତି।

Comments are closed.