Latest Odisha News

BREAKING NEWS

ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ସମ୍ପନ୍ନ

ପୁରୀ: ଆଷାଢ଼ ଶୁକ୍ଳ ଦ୍ଵାଦଶୀ ତିଥି ସୋମବାର ରଥାରୂଢ଼ ଶ୍ରୀଜୀଉଙ୍କ ଅଧର ନୀତି ସମ୍ପନ୍ନ ହୋଇଛି। ଅଧର ପଣା ନୀତି ଦର୍ଶନ ପାଇଁ ରଥ ସମ୍ମୁଖ ରେ ହଜାର ହଜାର ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ।

ଆଜି ମହାପ୍ରଭୁ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ତେବେ ଗତକାଲି  ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧର ପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥିଲା। ସୋମବାର ସକାଳ ୭ଟା15 ମିନିଟରେ ଶ୍ରୀଜୀଉ ମାନଙ୍କ ଆଳତି ହୋଇ 7ଟା20ରେ ମାଇଲଂ,8ଟା15ରେ ଅବକାଶ, 9ଟାରେ ବେଶସେଷ,9ଟା40ରୁ10ଟା 10 ମଧ୍ୟରେ ଗୋପାଳ ବଲ୍ଲଭ ହୋଇ 11ଟା35ରେ ସକାଳ ଧୂପ ଉଠିଥିଲା।ପରେ ମଇଲମ୍,ମହାସ୍ନାନ ସର୍ବାଙ୍ଗ,ବେଶାସେଶ ହୋଇ 2ଟା 15 ମିନିଟରେ ମଧ୍ୟାହ୍ନ ଧୂପ ଉଠିଥିଲା।ମଧ୍ୟାହ୍ନ ଧୂପ ପରେ ସନ୍ଧ୍ୟାରେ ତିନି ରଥରେ ଅଧର ପ୍ରସ୍ତୁତି ଆରମ୍ଭ ହୋଇଥିଲା।ମନ୍ଦିର ପ୍ରଶାସନ, ବଡ ଓଡ଼ିଆ ମଠ ଓ ରାଘବ ଦାସ ମଠ ପ୍ରଦତ୍ତ ଛେନା, ସର,କଦଳୀ, ପେଛାଚି,ଗୋଲମରିଚ ଗୁଣ୍ଡ,କର୍ପୂର,ଜାଇଫଳ ପ୍ରଭୃତି ପଣା ସାମଗ୍ରୀ ପାଳିଆ ମହାସୁଆର ରଥ ଉପରେ ରଖିଥିଲେ।

ପ୍ରତି ଠାକୁରଙ୍କ ସମ୍ମୁଖ ରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ପ୍ରଭୁଙ୍କ ଶ୍ରିଅଧର କୁ ପାଇବା ଭଳି ଉଚ୍ଚା ତୁମ୍ବାକାର ତିନିଗୋଟି ମାଟି ହାଣ୍ଡି ରଖାଯାଇଥିଲା।ପ୍ରତ୍ୟେକ ହାଣ୍ଡି ସମାନ ମାପର ହୋଇ ନଥାଏ।ପୂର୍ବରୁ ପାଣିଆ ଆପଟ ସିଂହ ଦ୍ୱାର ଛାଉଣୀ ମଠ କୂଅ ରୁ ଗରାରେ ଜଳ ଆଣି ରଥ ଉପରେ ପିତ୍ତଳ ହଣ୍ଡା ରେ ରକହୁଥିଲେ।ଏବେ ସିଂହ ଦ୍ଵାର ସମ୍ମୁଖ କୂଅ ରୁ ଏହି ଜଳ ଅଣାଯାଇ ରଖାଯାଇଥିଲା।ମହାସୁଆର ଙ୍କ ଉପସ୍ଥିତି ରେ ଭିତରଛ, ତଳୁଛ,ଓ ପାଳିଆ ପୁଷ୍ପାଳକ ଅଧର ଆଗରେ ନୂଆ ଗାମୁଛା ଟେରା ବାନ୍ଧିଥିଲେ।ଅଧର ହାଣ୍ଡି ଉପରେ ଖଣ୍ଡେ ଲେଖାଏଁ ଧଳା କରିଆ ପକାଯାଇଥିଲା।ମହାସୁଆର ମାନେ ପ୍ରତି ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥିଲେ।ଏହା ପରେ ପତ୍ରିବଦୁ8,ସୁଆର ବଡୁ,ଓ ଗରାବଡୁ ପାଳିଆ ସେବକ ତିତି ରଥ ଉପରେ ପୂଜା ଠା କରିଥିଲେ।ପାଳିଆ ପୂଜାପଣ୍ଡା ପଞ୍ଚୋଉପଚାର ରେ ଭୋଗ ଲଗାଇଥିଲେ।

ଭୋଗ ପରେ ଏହି ୯ଗୋଟି ଅଧର ହାଣ୍ଡିକୁ ଭାଙ୍ଗି ଦିଆଯାଇଥିଲା। ଜନଶ୍ରୁତି ରୁ ଜଣାଜାଏ ଯେ,ଠାକୁରଙ୍କୁ ଅର୍ପିତ ଅଧର ପଣା ଭୋଗ ରଥର ପାର୍ଶ୍ଵ ଦେବାଦେବୀ,ଚଣ୍ଡୀ ଚାମଣ୍ଡା ଓ ଅସରୀରି ମାନଙ୍କ ପାଇଁ ଉଦ୍ଦିଷ୍ଟ।ସେମାନଙ୍କୁ ତୃପ୍ତ କରିବା ପାଇଁ ଏହି ଅଧର ହାଣ୍ଡି ରଥ ଉପରେ ଭଙ୍ଗା ଯାଇଥାଏ।ଏହି ପଣାକୁ ଅନ୍ୟ କେହି ସେବନ କରି ନଥାନ୍ତି।ମହାପ୍ରଭୁଙ୍କ ଏହି ଅଧର ପଣା ଭୋଗ ପରମ୍ପରା 450ବର୍ଷର ପୁରାତନ ବୋଲି ଗବେଷକ ମାନେ ମତ ଦିଅନ୍ତି। ରଥାରୁଢ଼ ଠାକୁରଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଶୈଳୀ ରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ଏହି ପଣା ଭୋଗକୁ ଅଧର ପଣା କୁହାଯାଏ।ଅଧର ପଣା ନୀତି ଦର୍ଶନ ପାଇଁ ରଥ ସମ୍ମୁଖ ରେ ହଜାର ହଜାର ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ।
ଅଧର ନୀତି ପରେ ଠାକୁର ମାନଙ୍କର ଅନ୍ୟାନ୍ୟ ନୀତି ରଥ ଉପରେ ସମ୍ପାଦିତ ହୋଇଥିଲା।ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ,ଜିଲ୍ଲାପାଳ ସମର୍ଥ ବର୍ମା,ଆଇଜି ନରସିଂହ ଭୋଳ,ଏସପି କେ ବିଶାଲ ସିଂହ ପ୍ରମୁଖ ରଥ ନିକଟରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ।

Leave A Reply

Your email address will not be published.