Latest Odisha News

BREAKING NEWS

ରୁଚିକାଙ୍କ ଏକାଦଶହ: ନ୍ୟାୟ ନମିଳିବା ଯାଏ ଅନଶନ ଜାରି ରହିବ କହିଲେ ମା’ ବିଦ୍ୟୁତପ୍ରଭା

ଭୁବନେଶ୍ୱର: ବିଜେବି କଲେଜ ପ୍ରିନସିପାଲ, ଓ୍ୱାଡେନ ଏବଂ ସୁପରିଟେଣ୍ଡେଣ୍ଟଙ୍କ ବହିଷ୍କାର ଦାବି କଲେ ଆତ୍ମହତ୍ୟା କରିଥିବା ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତିଙ୍କ ମା’ ବିଦ୍ୟୁତପ୍ରଭା । ଆଜି ରୁଚିକାଙ୍କ ମୃତ୍ୟୁକୁ ଏକାଦଶହ ଦିନ ପୂରଣ ହୋଇଛି । ଏହି ଅବସରରେ ସାମ୍ବାଦିକ ସମ୍ମିଳନୀ କରି ସେ ଏପରି କିଛି ଦାବି କରିଛନ୍ତି।

ଏହି ଆତ୍ମହତ୍ୟା ଘଟଣାକୁ ଏକାଦଶହ ଦିନ ପୂରଣ ହୋଇଛି। ରୁଚିକା ଆତ୍ମହତ୍ୟା କରିବା ବେଳେ ଏକ ସୁଇସାଇଡାଲ ନୋଟ୍ ଛାଡିଥିଲେ। ଏହି ଚିଠିରେ ଆତ୍ମହତ୍ୟା ପଛରେ ତିନି ସିନିୟର ଛାତ୍ରୀଙ୍କୁ ଦାୟୀ କରିଥିଲେ। ରାଗିଂ ପାଇଁ ସେ ଜୀବନ ହାରୁଛନ୍ତି ବୋଲି ଚିଠିରେ ଲେଖିଥିଲେ। ହେଲେ ପୋଲିସ ତଦନ୍ତ କରି ଏଯାବତ କୌଣସି ରିପୋର୍ଟ ଦେବାରେ ବିଫଳ ହୋଇଛି। ଗତକାଲି ରୁଚିକାଙ୍କ ମା’ ବିଦ୍ୟୁତପ୍ରଭା କଲେଜ ଆଗରେ ଦଶାହ କର୍ମ ପାଳନ କରିବେ ବୋଲି ଯୋଜନା କରୁଥିଲେ। ହେଲେ ପୁଲିସ ବଳପୂର୍ବକ ଭାବେ ତାଙ୍କୁ ଉଠାଇ ନେଇଥିଲା।

ଆଜି ରୁଚିକାଙ୍କ ଏକାଦଶହ ଥିବାରୁ ସେ ଘରକୁ ଯାଉଛନ୍ତି ବୋଲି ବିଦ୍ୟୁତପ୍ରଭା କହିଛନ୍ତି। ପୋଲିସ ନ୍ୟାୟ ଦେବାରେ ସହଯୋଗ କରୁନି । ଯେପର୍ଯ୍ୟନ୍ତ ନ୍ୟାୟ ନମିଳିବ ସେତେଦିନ ପର୍ଯ୍ୟନ୍ତ ଅନଶନ ଜାରି ରଖିବେ ବୋଲି ରୁଚିକାଙ୍କ ମା’ କହିଛନ୍ତି।

ଏହି ମାମଲାରେ ଗତକାଲି ଅତିରିକ୍ତ ଡିସିପି ପ୍ରକାଶ ପାଲ କହିଥିଲେ ରାଗିଂ ଅଭିଯୋଗ ନେଇ ପ୍ରମାଣ ମିଳିନି। ତଦନ୍ତ ଚାଲିଛି । ଆବଶ୍ୟକ ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗତକାଲି ସେ କହିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ପୋଲିସ ଏବେ ତିନି ସିନିୟର ଛାତ୍ରୀଙ୍କୁ ଚିହ୍ନଟ କରିବାରେ ବିଫଳ ହୋଇଛି। ଏପରି ହେବାର ପ୍ରମୁଖ କାରଣ ଯଦି ତିନି ଛାତ୍ରୀଙ୍କୁ ଡକାଯାଇ ଜେରା ହେବ ଆଉ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ କେହି କିଛି ବଡ ପଦକ୍ଷେପ ନେବ ତାହେଲେ ତଦନ୍ତକାରୀ ଅଧିକାରୀ ଅଡୁଆରେ ପଡିବେ। ଯାହାକୁ ନେଇ ଏବେ ପୁଲିସ ଭୟଭୀତ ରହିଛି। ଆଉ ତଦନ୍ତକୁ କିପରି ଗତି ଦେବ ତାହା ଜାଣିପାରୁନି। ଅନ୍ୟପଟେ ଜଣେ ଆତ୍ମହତ୍ୟା ପୂର୍ବରୁ ଯେଉଁ ଅଭିଯୋଗ ଆଣିଛି ତାକୁ ମଧ୍ୟ ଏଡାଇ ଦେଇପାରୁନି ପୋଲିସ।

Leave A Reply

Your email address will not be published.