ଭୁବନେଶ୍ୱର:ଡିଏନଗ୍ରୁପରେ କାଲିଠୁ ଚାଲିଥିବା ଆୟକର ବିଭାଗର ଚଢାଉ ଆଜି ବି ଜାରି ରହିଛି । ଟିକସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଏହି ଚଢଉ କରାଯାଇଛି । ଗତକାଲି ଚଢଉ ବେଳେ ଆୟକର ବିଭାଗ ୩୦ କୋଟି ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା ।
ଗତକାଲି ଆୟକର ବିଭାଗର ୭ ଜଣିଆ ଏକ ଟିମ ଚଢାଉ କରିଥିଲେ । ଗତକାଲି ସାରା ରାତି ଚଢାଉ କରିବା ପରେ ବି ଯାଞ୍ଚ ସରିନି । ଆଜି ବି ଚଢାଉ ଚାଲିଛି । ଏବେ ବି ପୋଷ୍ଟାଲ କଲୋନୀରେ ଜବତ ଟଙ୍କାକୁ ଆୟକର ବିଭାଗ କର୍ମଚାରୀ । ଆଜି DN ଗ୍ରୁପର ଅଧିକାରୀଙ୍କୁ ଆୟକର ବିଭାଗର ପଚରା ଉଚୁରା ଜାରି ରହିଛି। ଗତକାଲି ଯେଉଁ ଟଙ୍କା ଜବତ ହୋଇଥିଲା ସେ ନେଇ ଚାଲିଛି ପଚରା ଉଚୁରା ଚାଲିଛି । ଭୁବନେଶ୍ୱର ୟୁନିଟ୍-୪ ସ୍ଥିତ ଘରେ ପଚରାଉଚରା କରାଯାଉଛି ।
ଆଇଟି ଅଧିକାରୀ ଡିଏନ ଗ୍ରୁପର ଅତିରିକ୍ତ ନିର୍ଦ୍ଦେଶକ ଗୁରୁପ୍ରୀତ ସିଂହଙ୍କୁ ପଚରା ଉଚରା କରୁଛନ୍ତି । ଏଠି କହିରଖିବୁ, ଗତକାଲି ଚଢଉ ବେଳେ ୩୦ କୋଟି ଟଙ୍କା ଜବତ ହୋଇଥିଲା । ୩ଟି ଟ୍ରଙ୍କ ଓ ଗୋଟିଏ ଆଟାଚିରୁ କେବଳ ୫୦୦ ଟଙ୍କିଆ ନୋଟ ମିଳିଥିଲା । ସେହିପରି ଡିଏନଗ୍ରୁପର ନିର୍ଦ୍ଦେଶକ ଚନ୍ଦ୍ରଶେଖର ପଣ୍ଡାଙ୍କୁ ତାଙ୍କ କ୍ୱାର୍ଟର୍ସରୁ ବିଭାଗ କାର୍ଯ୍ୟାଳୟକୁ ନିଆ ଯାଇଥିଲା । ସେଠାରେ ଏହି ଟଙ୍କା ବିଷୟରେ ଜେରା କରିଥିଲେ ବିଭାଗୀୟ ଅଧିକାରୀ ।
ଆଇଟି ବିଭାଗ ପକ୍ଷରୁ ଡିଏନ ଗ୍ରୁପ ସହ ଜଡିତ ଭୁବନେଶ୍ୱରର ୭ଟି ସ୍ଥାନ ସମେତ ରାଜ୍ୟର ୨୦ଟି ସ୍ଥାନରେ ଗତକାଲିଠାରୁ ଏକକାଳୀନ ଚଢାଉ କରାଯାଇଥିଲା ।
Comments are closed.