Latest Odisha News

ଟ୍ରେନରେ ଋଷିକେଶକୁ ଗଞ୍ଜେଇ ଚାଲାଣ ବେଳେ ଜଣେ ଗିରଫ

ଭୁବନେଶ୍ୱର: ଟ୍ରେନରେ ଗଞ୍ଜେଇ ଚାଲାଣ । ପୁରୀ-ଋଷିକେଶ ଉତ୍କଳ ‌ଏକ୍ସେପ୍ରେସରେ ଗଞ୍ଜେଇ ଚାଲାଣ ବେଳେ ୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ଖୋର୍ଦ୍ଧା ଷ୍ଟେସନରୁ ଟ୍ରେନରେ ହରିଦ୍ୱାର ଯିବା ପାଇଁ ଯୋଜନା ବେଳେ ବାଟରୁ ଅଭିଯୁକ୍ତକୁ ଧରିଛି ରେଲୱେ କ୍ରାଇମବ୍ରାଞ୍ଚ, ଆରପିଏଫ୍ ଏସଟିଏଫ୍ ।

ରାଜସ୍ଥାନ ଗଙ୍ଗନଗରର ମନୀଷ କୁମାର । ମନୀଷ ଗଞ୍ଜାମ ଆସି ଗଞ୍ଜେଇ ହରିଦ୍ୱାର ନେବା ପାଇଁ ଉଦ୍ୟମ କରୁଥିଲା । ଏଥିପାଇଁ ଟିକେଟ କାଟି ରେଳ ଯାତ୍ରୀ ପରି ଟ୍ରାଭେଲ ବ୍ୟାଗରେ ‌ଗଞ୍ଜେଇ ନେଇ ଟ୍ରେନରେ ଯାଉଥିବା ବେଳେ ଧରାପଡ଼ିଛି ।

Leave A Reply

Your email address will not be published.