Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରାହୁଲ ଗାନ୍ଧୀଙ୍କୁ ଇଡି ଜେରାକୁ ବିରୋଧ, ଭୁବନେଶ୍ୱର ଇଡି ଅଫିସ୍ ଆଗରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ନ୍ୟାସନାଲ୍ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରାହୁଲ ଗାନ୍ଧୀଙ୍କୁ ଜେରା କରିଛି । ଯାହାର ବିରୋଧ କରିଛି ଦଳ । ରାହୁଲଙ୍କୁ ଇଡିର ଜେରାକୁ ବିରୋଧ କରି ଓଡ଼ିଶା କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ଇଡି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ନେତା ଓ କର୍ମୀ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ଇଡି ଅଫିସ୍ ଆଗରେ ବିରୋଧ ପ୍ରଦର୍ଶନ କରିଛି ।

କେନ୍ଦ୍ର ବିଜେପି ନେତୃତ୍ୱାଧୀନ ସରକାର ଆକ୍ରୋଶ ମୂଳକ ଭାବେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା ଅଭିଯୋଗ କରିଛନ୍ତି ଶରତ ପଟ୍ଟନାୟକ । ବିଜେପି, କଂଗ୍ରେସ ମୁକ୍ତ ଭାରତ ଗଠନ ନେଇ ନାରା ଦେଇଥିଲା । ସେହି ରାଜନୈତିକ ଅଭିଳାଷକୁ ଚରିତାର୍ଥ କରିବା ପାଇଁ ବିଜେପି ଏଭଳି ଚକ୍ରାନ୍ତ କରିଛି । ଗାନ୍ଧୀ ପରିବାର ବିଜେପି ପ୍ରାୟୋଜିତ ଇଡିର ପଚରାଉଚରାକୁ ଡରେ ନାହିଁ । କଂଗ୍ରେସ ଦଳ ପ୍ରତିବାଦ ଜାରି ରଖିବ ବୋଲି କହିଛନ୍ତି ପିସିସି ସଭାପତି ।

ଆଜିର କଂଗ୍ରେସ ପ୍ରତିବାଦରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ, ବିଧାୟକ ସୁର ରାଉତରାୟ, ନରସିଂହ ମିଶ୍ର ପ୍ରମୁଖ ସାମିଲ୍ ହୋଇଛନ୍ତି ।

Leave A Reply

Your email address will not be published.