Latest Odisha News

BREAKING NEWS

କରୋନାଭାଇରସ: ସୋସିଆଲ୍ ମିଡିଆରେ ଗୁଜବ ପ୍ରଚାର କରି ଜଣେ ଗିରଫ

ରାୟଗଡା: ରାୟଗଡାରେ କରୋନାଭାଇରସ୍ (କୋଭିଡ-୧୯) ବିସ୍ତାର ସମ୍ପର୍କରେ ଫେସବୁକରେ ମିଥ୍ୟା ଖବର ପ୍ରସାରଣ ଅଭିଯୋଗରେ ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ସମ୍ପୃକ୍ତ ବ୍ୟକ୍ତି ଜଣକ ଅମ୍ବାଡୋଲା ନିବାସୀ ସତ୍ୟନାରାୟଣ ସାମଲ ଓରଫ ଦିପୁ (୩୨) ଜଣାପଡିଛି।

“କେରଳରୁ କୋଭିଡ -୧୯ ଦ୍ୱାରା ସଂକ୍ରମିତ ଜଣେ ବ୍ୟକ୍ତି ରାୟଗଡାକୁ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି” ବୋଲି ଏକ ଖବରକୁ ସେ ଫେସବୁକରେ ପୋଷ୍ଟ କରିଥିଲେ ।

ପରେ ରାୟଗଡା କଲେକ୍ଟର ପ୍ରମୋଦ କୁମାର ବେହେରା ପୋଲିସକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ଖବର ମିଥ୍ୟା ବୋଲି ଜଣାପଡିଥିଲା । ପରବର୍ତ୍ତୀ ସମୟରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା।

ଓଡିଶା କ୍ୟାବିନେଟ ନିକଟରେ ଓଡିଶା କୋଭିଡ -୧୯ ନିୟମାବଳୀ ୨୦୨୦କୁ ଅନୁମୋଦନ କରିଥିଲେ । ତଦନୁଯାୟୀ କୌଣସି ଅଜ୍ଞାତ ସୂଚନା କିମ୍ବା ଗୁଜବ ପ୍ରଚାର କରିଲେ, ସେନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ଯାହାଫଳରେ ଗୁଜବ ପ୍ରଚାର ଅଭୀଯୋଗରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.