Latest Odisha News

BREAKING NEWS

ବେଆଇନ ଗଞ୍ଜେଇ ବିକ୍ରିବେଳେ ଜଣେ ଗିରଫ

ଭୁବନେଶ୍ବର: ସର୍ବସାଧାରଣ ସ୍ଥାନରେ ବେଧଡକ ଭାବେ ଚାଲିଥିଲା ବେଆଇନ ଗଞ୍ଜେଇ ବିକ୍ରି । ଖବରପାଇ ମାଡି ବସିଲା ପୋଲିସ । ଏଭଳି ଘଟଣା ଘଟିଛି ମଞ୍ଚେଶ୍ବର ଥାନା ଅଧୀନ ରୟାଲ କଲେଜ ୱାଟର ଟ୍ୟାଙ୍କ ନିକଟରେ । ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ ଜଣକ ହେଲା ବାଲିଅନ୍ତା ଥାନା ଅଧୀନ ଭିଙ୍ଗାରପୁର ଗ୍ରାମର ବଳିଆ ଓରଫ ପୂର୍ଣ୍ଣଚନ୍ଦ୍ର ଦାସ ।

ଖବର ମୁତାବକ, ଆଜି ମଞ୍ଚେଶ୍ବର ସ୍ଥିତ ରୟାଲ କଲେଜ ୱାଟର ଟ୍ୟାଙ୍କ ନିକଟରେ ଏକ ଗଞ୍ଜେଇ ଭର୍ତ୍ତି ପଲିଥିନି ବ୍ୟାଗ ଧରି ବଳିଆ ଏହାକୁ ସାଧାରଣ ଜନତାଙ୍କୁ ବିକ୍ରି କରୁଥିଲା । ବିଶେଷ ସୂତ୍ରରୁ ଖବରପାଇ ମଞ୍ଚେଶ୍ବର ଥାନାର ଏସଆଇ ସୁଭେନ୍ଦୁ କୁମାର ଗିରି ଓ ତାଙ୍କର ଏକ ଟିମ୍ ଉକ୍ତ ସ୍ଥାନକୁ ଯାଇ ବଳିଆକୁ କାବୁ କରିବାରେ ସକ୍ଷମ ହୋଇଥିଲେ ।

ଅଭିଯୁକ୍ତ ବଳିଆ ଠାରୁ ୩ କେଜି ଗଞ୍ଜେଇ ଜବତ ହୋଇଛି । ବଳିଆକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ମଞ୍ଚେଶ୍ବର ଥାନା ପୋଲିସ ।

 

Leave A Reply

Your email address will not be published.