Latest Odisha News

ବାଇକ୍ ଚୋରି ରାକେଟର ପର୍ଦ୍ଦାଫାଶ; ୧୨ ବାଇକ ଜବତ, ଜଣେ ଗିରଫ

ସୋନପୁର: ସୋନପୁରରେ ବାଇକ ଚୋରୀ ରାକେଟର ପର୍ଦ୍ଦାଫାଶ । ଘଟଣାରେ ଜଣେ ଚୋରକୁ ଗିରଫ କରିଛି ପୋଲିସ । ଗିରଫ ଚୋର ଜଣକ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳର ଚିତ୍ତରଞ୍ଜନ ପାଣିଗ୍ରାହୀ । ଚୋର ନିକଟରୁ ୧୨ ଟି ଚୋରି ବାଇକ୍ ଜବତ କରିବାକୁ ସଫଳ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍‌ପି ହେମନ୍ତ ପାଢ଼ୀ ।
ସୂଚନା ଅନୁସାରେ, ବୀରମହାରାଜପୁର ଥାନା ଷଣ୍ଢା ଗ୍ରାମର ରାଜକିଶୋର ଡାଙ୍ଗଙ୍କ ଏକ ବାଇକ (ଓଆର୍ ୩୧– ୫୮୮୪) ଗତ ୮ ତାରିଖ ଦିନ ସୋନପୁର ଦୈନିକ ବଜାରରୁ ଚୋରି ହୋଇଥିଲା । ଏ ସମ୍ପର୍କରେ ରାଜ କିଶୋର ସୋନପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ପାଖରେ ପହଞ୍ଚି ଥିଲା ।

ଏହି ବାଇକ ଗୁଡ଼ିକ ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ରାଉରକେଲା, କନ୍ଧମାଳ, ଅନୁଗୁଳ ଅଞ୍ଚଳରୁ ଚୋରି ହୋଇଥିବା ସୂଚନା ଦିଆଯାଇଛି । ଘଟଣାରେ ଆହୁରି ଅଭିଯୁକ୍ତ ସାମିଲ ଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ଚିତ୍ତରଞ୍ଜନକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛି ପୋଲିସ ।

Comments are closed.