Latest Odisha News

BREAKING NEWS

ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନିକଟ ବାଇପାସ୍ ରାସ୍ତାରେ ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଚଉରିଆ ପଦର ଗାଁର ଶ୍ୟାମ ସୁନ୍ଦର ସାହୁ ।

ସୂଚନା ଅନୁସାରେ, ଦୁଇଜଣ ବାଇକରେ ନିଜ ଗାଁରୁ ବାହାରି ବାସୁଦେବପାଲି ପେଟ୍ରୋଲ ପମ୍ପ ଯାଉଥିବାବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଶ୍ୟାମସୁନ୍ଦରଙ୍କ ମୃତ୍ୟୁ ହୋଇଛି । ଗୁରୁତର ବାବୁଲିଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମନମୁଣ୍ଡା ଗୋଷ୍ଠ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ମନମୁଣ୍ଡା ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଛନ୍ତି ।

Comments are closed, but trackbacks and pingbacks are open.