Latest Odisha News

BREAKING NEWS

କାର୍‌ ଦୁର୍ଘଟଣାଗ୍ରସ୍ତ; ଗାଡ଼ି ତଳେ ଚାପି ହୋଇଗଲେ ୨ ଜଣ, ଜଣେ ମୃତ ଓ ୩ ଗୁରୁତର

ରାୟଗଡ଼ା: ଭୟଙ୍କର ସଡ଼କ ଦୁର୍ଘଟଣା। ବନ୍ଧଗୁଡ଼ା ଗାଁ ନିକଟରେ ଭୟଙ୍କର କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ୨ ଜଣ ଚାପି ହୋଇଯାଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆସିଛି।

ସୂଚନା ଅନୁସାରେ ରାୟଗଡ଼ା ଅମ୍ବାଦଳା ଥାନା ବନ୍ଧଗୁଡ଼ା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତାହତଙ୍କ ଘର ଆନ୍ଧ୍ରପ୍ରଦେଶର କାକିନାଡ଼ା ସହରରେ ଥିବା ଜଣାପଡିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ଦୁର୍ଘଟଣାରେ ଗୁରୁତର ୩ ଜଣଙ୍କୁ ମୁନିଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଆଜି ଭୋର ୪ଟା ସମୟରେ ୫ଜଣ ସାଙ୍ଗ ଏକ କାର୍‌ରେ ବରଗଡ଼ରେ ଥିବା ବିବାହ ଭୋଜିରେ ଯୋଗ ଦେଇ ଫେରୁଥିଲେ। ବନ୍ଧଗୁଡା ଗ୍ରାମ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ। ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉକ୍ତ ଯୁବକଙ୍କୁ କାର୍‌ରୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିବା ସୂଚନା ରହିଛି। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.