Latest Odisha News

BREAKING NEWS

ସ୍ପଞ୍ଜ ଆଇରନ କାରଖାନାରେ ବିସ୍ଫୋରଣ: ଜଣେ ମୃତ ଓ ୩ ଗୁରୁତର

ଝାରସୁଗୁଡ଼ା: ସ୍ପଞ୍ଜ ଆଇରନ କାରଖାନାରେ ବିସ୍ଫୋରଣ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଝାରସୁଗୁଡ଼ା କୋଲାବିରା ଥାନା ରଘୁନାଥପାଲି କପାଗୁଡ଼ାଠାରେ ଥିବା ସ୍ପଞ୍ଜ ଆଇରନ କାରଖାନା ଜୟ ହନୁମାନ ଉଦ୍ୟୋଗ ଲିମିଟେଡ଼ରେ ଏହି ବିସ୍ଫୋରଣ ଘଟିଛି । ୱେଲଡ଼ିଂ ଗ୍ୟାସ ଟାଙ୍କି ବିସ୍ଫୋରଣରେ ଏହିଭଳି ଦୁର୍ଘଟଣା ହୋଇଛି । ଏଥିରେ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତି ୩ଟାରେ କାରଖାନାର ଏକ ଗ୍ୟାସ ସିଲିଣ୍ଡର ଫାଟିଯାଇଥିଲା । ଗ୍ୟାସ ଫାଟି ଦୁର୍ଘଟଣାରେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ଦୁଇ ଜଣଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି । ତେବେ ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । କୋଲାବିରା ପୋଲିସ ଏନେଇ ତଦନ୍ତ କରୁଛି ।

Comments are closed.