କୋରାପୁଟ : ବୋରିଗୁମ୍ମା ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରଜପଥ ପାର୍ଲି ନିକଟରେ ସଡ଼କ ଦୁର୍ଘଟଣା । ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ସ୍କୁଟି ଚଲାଉଥିବା ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବତୀ ଜଣକ ହେଲେ ଜୟପୁର ନୂଆସାହିର କାଜଲ ଖୋର । ସେ ଆଜି ନିଜ ସମ୍ପର୍କୀୟ ଭଉଣୀ ସଞ୍ଜନାଙ୍କ ସହ ସ୍କୁଟିରେ ଖୁପିଆରୁ ଜୟପୁର ଅଭିମୁଖେ ଯାଉଥିବା ବେଳେ ପାର୍ଲି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ କାଜଲ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ବୋରିଗୁମା ଓ ପରେ କୋରାପୁଟ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ କାଜଲଙ୍କର ମୃତ୍ୟୁ ହୋଇଛି । ବୋରିଗୁମ୍ମା ପୋଲିସ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡିକୁ ଜବତ କରି ଘଟଣାର ତଦନ୍ତ କରୁଛି ।
BREAKING NEWS
- ମାଲାୟଲମ ସିନେମାଟୋଗ୍ରାଫର ଶାଜି କୁମାରଙ୍କ ଦେହାନ୍ତ, ସୁଟିଂ ସମୟରେ ହୋଇଥିଲେ ଅସୁସ୍ଥ
- ଚାଲି ଚାଲି ବାଂଲାଦେଶ ଯିବେ ଶେଖ୍ ହାସିନା, ଚାଲିଛି ଗୁପ୍ତ ଯୋଜନା
- ‘ମୁହାଁମୁହିଁ ଦେଖାହେଲେ ଚାହାଁନ୍ତି ନାହିଁ ମୋଦି’ ସୋନିଆଙ୍କ ଆତ୍ମଜୀବନୀରେ ଉଲ୍ଲେଖ, ଆଜି ବଜାରରେ ହେବ ଉପଲବ୍ଧ
- Arrested Public Servants: ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ୪୮ ଘଣ୍ଟାରୁ ଅଧିକ ଜେଲ୍ରେ ରହିଲେ ସରକାରୀ କର୍ମଚାରୀ ହେବେ ସ୍ୱତଃ ନିଲମ୍ବିତ!
- ପାର୍ବଣ ଋତୁରେ ସକ୍ରୀୟ ଅପରାଧୀ, ବରଗଡରେ ଧଳାଜହର ବେପାର, ୫ ଗିରଫ
- Pawan Kalyan Divorce: ତୃତୀୟ ଥର ପାଇଁ ଭାଙ୍ଗିଲା ସମ୍ପର୍କ! ୧୩ ବର୍ଷ ପରେ ପତ୍ନୀ ଆନାଙ୍କଠାରୁ ଅଲଗା ହେଲେ ପବନ କଲ୍ୟାଣ…
- ଷ୍ଟିଲ୍ ପ୍ଲାଣ୍ଟରେ ଶକ୍ତିଶାଳୀ ବିସ୍ଫୋରଣ: ୧୬ ମୃତ, ତଦନ୍ତ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି
- ମଶାଣିରେ ଅନ୍ଧବିଶ୍ୱାସର ଭୟଙ୍କର ରୂପ; ବ୍ଲେଡ୍ରେ ୧୦ ଝିଅଙ୍କ ହାତପାଦ କାଟିଲା ଗୁଣିଆ
- ଖସିଲା ପାରଦ, ଆସିଲା ଶୀତ: ଆଗକୁ ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ ରାତି ତାପମାତ୍ରା
- ନୂର ଖାନ ଏୟାରବେସରୁ ଇରାନ ଉପରେ ଆକ୍ରମଣ କରିବ କି ଆମେରିକା? ପାକିସ୍ତାନରେ ପହଞ୍ଚିଲା ରୁଷ, ଚୀନ ଓ ୟୁଏଇର ସାମରିକ ବିମାନ
Comments are closed.