Latest Odisha News

BREAKING NEWS

ହାତୀ ଆକ୍ରମଣରେ ଗଲା ଜଣଙ୍କ ଜୀବନ, ବନବିଭାଗକର୍ମୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ଜୀବନ ଯାଇଛି । ସକାଳେ ଗାଁ ମୁଣ୍ଡକୁ ଆମ୍ବ ଗୋଟାଇବାକୁ ଯାଇଥିବା ଜଣେ ବୃଦ୍ଧା ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ହଣ୍ଡପା ବନାଞ୍ଚଳ ଅଁଳାବେରେଣି ଗାଁରେ ଏହି ଘଟଣା ଘଟିଛି ।

ସୂଚନା ଅନୁସାରେ ଗାଁର ଆଶା ଦେହୁରୀ ନାମକ ଜଣେ ବୃଦ୍ଧା ଗାଁ ମୁଣ୍ଡ ଆମ୍ବତୋଟାକୁ ଆମ୍ବ ଗୋଟାଇ ବାକୁ ଯାଇଥିଲେ । ତେବେ ସେଠାରେ ଥିବା ଏକ ହାତୀ ହଠାତ୍ ବୃଦ୍ଧାଙ୍କୁ ଆକ୍ରମଣ କରି ଦଳି ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଛି । ଖବରପାଇ ଘଟଣା ସ୍ଥଳରେ ପହଁଚିଥିବା ବନ କର୍ମଚାରୀ ମାନଙ୍କୁ ଉତ୍ତ୍ୟକ୍ତ ଲୋକେ ଅଟକ ରଖିଛନ୍ତି ।

Comments are closed.