Latest Odisha News

BREAKING NEWS

କାଶବୈଶାଖୀ ତାଣ୍ଡବ: ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ସୁବର୍ଣ୍ଣପୁର: କ୍ରିକେଟ ଖେଳ ହେଲା କାଳ। ବଜ୍ରପାତ ହେବା ଯୋଗୁଁ ଜଣେ ନାବାଳକର ମୁତ୍ୟୁ ହେବା ସହିତ ଜଣେ ଗୁରୁତର। ଗତକାଲି ବୌଦ୍ଧ ଜିଲ୍ଲା ବାଉଁଶୁନଣୀ ନିକଟ ତାଲପଡା ଗାଁ ଖେଳପଡିଆରେ କ୍ରିକେଟ ଖେଳୁଥିବା ବେଳେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହେବା ଫଳରେ ଘଟିଛି ଏହି ଅଘଟଣ।

ଗତକାଲି ସନ୍ଧ୍ୟା ସମୟରେ ଏହି ବଜ୍ରପାତ ହୋଇଥିଲା। ଫଳରେ ପରିବାର ଲୋକେ ଦୁଇ ଜଣଙ୍କୁ ପ୍ରଥମେ ନିକଟସ୍ଥ ବାଉଁସୁନି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରୁ ଡାକ୍ତର ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଗୁରୁତରଙ୍କର ଚିକିତ୍ସା ଚାଲିଛି। ମୃତକ ହେଲେ ବାଉଁଶୁନି ନିକଟ ତାଲପଡା ଗାଁର ୧୪ ବର୍ଷୀୟ ରାହୁଲ କୁମାର ଓ ଗୁରୁତର ଜଣକ ହେଲେ ଅଭୟ କୁମାର ବୋଲି ଜଣାପଡିଛି।

Leave A Reply

Your email address will not be published.