Latest Odisha News

BREAKING NEWS

ଅଟୋ ବାଇକ୍‌ ମୁହାଁମୁହିଁ ; ଜଣେ ମୃତ,୨ଗୁରୁତର

ପୁରୀ : କାକଟପୁର ଥାନା ଅନ୍ତର୍ଗତ କୁଣ୍ଢେଇ ତିନିଛକ ନିକଟରେ ସଡ଼କ ଦୁର୍ଘଟଣା । ଅଟୋରେ ପିଟିଲା ବାଇକ୍‌ । ଫଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ଏକ ବାଇକରେ ୨ଜଣ ଯୁବକ ଘରକୁ ଫେରୁଥିଲେ। ଏହି ସମୟରେ ତିନିଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିଲେ। ମୃତ ଯୁବକ ଜଣକ ହେଲେ ମୁନା ସାହୁ। ମୁନାଙ୍କ ଘର କାକଟପୁର ଥାନା ଅନ୍ତର୍ଗତ ଶ୍ରୀ ଚନ୍ଦନପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

Comments are closed.