Latest Odisha News

ମୁହାଁମୁହିଁ ମାଓବାଦୀ-ସୁରକ୍ଷାକର୍ମୀ, ୨ ମାଓବାଦୀ ନିହତ, ଜଣେ ଯବାନ ସହିଦ

ମାଲକାନଗିରି: ମାଲକାନଗିରି ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳିବିନିମୟ । ଛତିଶଗଡ ବିଜାପୁର ଜିଲ୍ଲା ଗଙ୍ଗପୁର ଜଙ୍ଗଲରେ ଜୋରଦାର ଫାୟାରିଂ । ପୋଲିସ ଏନ୍‌କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିପାତ ହୋଇଥିବା ବେଳେ ଜଣେ ଡିଆରଜି ଯବାନ ସହିଦ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ବିଜାପୁର ଏସପି ।

ଅନ୍ୟପଟେ ଛତିଶଗଡ଼ରେ ଆଇଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର ହୋଇଛନ୍ତି । ନାରାୟଣପୁର ଅବୁଝମାଡ଼ ଜଙ୍ଗଲରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ ହୋଇଥିବା ଖବର ସାମ୍ନାକୁ ଆସିଛି । ଏସଟିଏଫ୍ ଓ ଡିଆରଜି ଯବାନଙ୍କ କମ୍ବିଂ ଅପରେସନ ଚାଲିଥିବା ବେଳେ ଆଇଇଡି ବ୍ଲାଷ୍ଟ୍‌ ହୋଇଥିଲା । ଫଳରେ ୨ଜଣ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଯବାନ ଦୁହିଁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ପରେ ସର୍ଚ୍ଚ ଅପରେସନ୍‌ ଜୋରଦାର କରାଯାଇଛି ।

Leave A Reply

Your email address will not be published.