Latest Odisha News

BREAKING NEWS

ପୁଲିସ ଅଧିକାରୀଙ୍କ କାର ସହ ଧକ୍କା, ଯୁବକ ମୃତ

ବଲାଙ୍ଗୀର: ବଲାଙ୍ଗୀର ରାସ୍ତାର ସଇଁତଲା ଥାନା ଗୋଏଲଭାଡ଼ି ଛକ ନିକଟରେ କାର ଓ ବାଇକ ମୁହାଁମୁହିଁ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ । ମୃତକ ଜଣଙ୍କ ବଡ଼ମାଳ ଗୋଳାବାରୁଦ କାରଖାନାର କର୍ମଚାରୀ ରମେଶ ନାଗ ବୋଲି ଜଣାପଡିଛି। ଅନ୍ୟପକ୍ଷରେ କାରଟି ବଡ଼ମାଳ ପୁଲିସ ଅଧିକାରୀ ସର୍ବେଶ୍ୱର ସାହୁଙ୍କ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ରମେଶ ବଡ଼ମାଳରୁ ଟିଟିଲାଗଡ଼ ଆସୁଥିଲେ । ଏହି ସମୟରେ କାରରେ ପୁଲିସ ଅଧିକାରୀ ଶ୍ରୀ ସାହୁ ଆସୁଥିଲେ। କାରଟିକୁ ସର୍ବେଶ୍ୱର ପାତ୍ର ଚଳାଉଥିଲେ। ଗୋଏଲଭାଡି ଛକ ଆଗକୁ ବୁଲାଣି ଥିଲା । ବୁଲାଣିରେ ଆସୁଥିବା ବାଇକ ଆରୋହୀଙ୍କ ସହ ଧକ୍କା ଏଡାଇବା ପାଇଁ କାର ଚାଳକ ବ୍ରେକ ଲଗାଇଥିଲେ। ଏନେଇ ତାଙ୍କ କାର ଦୁଇ ପଲଟି ଖାଇଥିଲା । ହେଲେ ଦୁର୍ଘଟଣା ଘଟି କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାରୁ ଶ୍ରୀ ସାହୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Comments are closed.