Latest Odisha News

BREAKING NEWS

ଓଲଟିଲା ଇଟା ବୋଝେଇ ଟ୍ରକ; ଜଣେ ମୃତ ୨ ଗୁରୁତର 

ନୟାଗଡ଼:ଭାରସାମ୍ୟ ହରାଇ ଓଲଟିଲା ଇଟା ବୋଝେଇ ଟ୍ରକ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୨ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ୨ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ନୟାଗଡ଼ା ଜିଲ୍ଲା ଖଣ୍ଡପଡା ସୁନାମୁହିଁ ଠାରେ ଭାରସାମ୍ୟ ହରାଇ ଏକ ଇଟା ବୋଝେଇ ଟ୍ରକ ଓଲଟି ପଡିଛି । ଏହି ଟ୍ରକଟି ଶିଖରପୁରରୁ ଭୁବନେଶ୍ୱର ଯାଉଥିବା ବେଳେ ଖଣ୍ଡପଡା ସୁନାମୁହିଁ ଠାରେ ଭାରସାମ୍ୟ ହରାଇବାରୁ ଓଲଟି ପଡିଥିବା ସୂଚନା ।

ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ଦୁଇଜଣ ଆହତ ହୋଇଥିବା ବେଳେ। ସ୍ଥାନୀୟ ଶିଖରପୁର ଗାଁର ଅଭୟ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ସୂଚନା।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ୨ ଗୁରୁତର ୨ଙ୍କୁ ଖଣ୍ଡପଡା ଡାକ୍ତରଖାନାରେ ଭର୍ତ୍ତି କରାଇଛି।

Leave A Reply

Your email address will not be published.