Latest Odisha News

BREAKING NEWS

ତାମିଲ ଝିଅ ଙ୍କୁ ବିବାହ କରିବା କୁ ଆସିଲା ରାହୁଲଙ୍କୁ ପ୍ରସ୍ତାବ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦଳର ଅନ୍ୟ ସଦସ୍ୟମାନେ ବର୍ତ୍ତମାନ ୧୫୦ଦିନିଆ ‘ଭାରତ ଯୋଡୋ’ ଯାତ୍ରାରେ ଅଛନ୍ତି। ସେ ଏହି ପଦ ଯାତ୍ରା କୁ ତାଙ୍କର ତପସ୍ୟା ବୋଲି କହିଛନ୍ତି। ତୃଣମୂଳ ସ୍ତରରେ ପହଞ୍ଚି କିପରି ଲୋକ ମାନଙ୍କ ସହ ସେ ଯୋଡି ହୋଇ ପାରିବେ ତାହା ଉପରେ ସେ ବିଶେଷ ଧ୍ୟାନ ଦେଉଛନ୍ତି। ଏହା ସହ କେନ୍ଦ୍ର ସରକାର ଅହେତୁକ ମୂଲ୍ୟ ବୃଦ୍ଧି ଏବଂ ବେକାରୀ ସମସ୍ୟା କୁ ବିରୋଧ କରିଛନ୍ତି।

BjdElectrycity

ଏହି ଯାତ୍ରା ସମୟରେ କଂଗ୍ରେସ ନେତାମାନେ ଲୋକଙ୍କ ସହ ଯୋଗାଯୋଗ କରିବା ଏବଂ ଦେଶର ବିଭିନ୍ନ ସ୍ଥାନରେ ରାଲି କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ଯାତ୍ରା ସମୟରେ କଂଗ୍ରେସ ସାଂସଦ ଜୟରାମ ରମେଶ ତାଙ୍କ ଟ୍ୱଇଟର ପେଜରେ ରାହୁଲ ଙ୍କ କିଛି ଫୋଟୋ ଯୋଗ କରିଛନ୍ତି। ଯେଉଁଥିରେ ରାହୁଲ ଗାନ୍ଧୀ ତାମିଲନାଡୁର ମହିଳା ଗୋଷ୍ଠୀ ସହ କଥାବାର୍ତ୍ତା କରୁଥିଲେ। କଥାବାର୍ତ୍ତା ସମୟରେ ମହିଳା ଜଣକ କହିଛନ୍ତି ଯେ ରାହୁଲ ଗାନ୍ଧୀ ତାମିଲନାଡୁକୁ ବହୁତ ଭଲ ପାଆନ୍ତି, ତେଣୁ ସେମାନେ ତାଙ୍କୁ ତାମିଲ ଝିଅ ସହିତ ବିବାହ କରେଇବାକୁ ପ୍ରସ୍ତୁତ ଅଛନ୍ତି ।

ଆଜି ଅପରାହ୍ନରେ ମାର୍ଥାନଧାମ ରେ ମହିଳା ମନରେଗା କର୍ମଚାରୀଙ୍କ ସହ ରାହୁଲ ଗାନ୍ଧୀଙ୍କ କଥାବାର୍ତ୍ତା ସମୟରେ ଜଣେ ମହିଳା କହିଛନ୍ତି ଯେ ସେମାନେ ଜାଣନ୍ତି ଯେ ରାହୁଲ ତାମିଲନାଡୁକୁ ଭଲ ପାଆନ୍ତି ଏବଂ ସେମାନେ ତାଙ୍କୁ ତାମିଲ ଝିଅ ସହିତ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି।

ସୂଚନା ମୁତାବକ କଂଗ୍ରେସ ‘ଭାରତ ଯୋଡୋ’ ଯାତ୍ରା ୧୨ ଟି ରାଜ୍ୟ ଏବଂ ଦୁଇଟି ୟୁନିଅନ ଅଞ୍ଚଳକୁ ଏବଂ କନ୍ୟାକୁମାରୀ ଠାରୁ ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ ୩,୭୫୦ କିଲୋମିଟର ଦୂରତାକୁ ଅନ୍ତର୍ଭୁକ୍ତ କରିବ।ଏହା ସହ ୨୨ ଟି ପ୍ରମୁଖ ସହରରେ ମେଗା ରାଲି ହେବ । ତେବେ ରାହୁଲ ଙ୍କ ଏହି ପଦ ଯାତ୍ରା କୁ ନେଇ ମଧ୍ୟ ରାଜନୀତି ଆରମ୍ଭ ହେଇ ଗଲାଣି । ବିଜେପି ରାହୁଲ ଙ୍କୁ ଟାର୍ଗେଟ କରିବା ସହ ସେ ପିନ୍ଧି ଥିବା ଟି ସାର୍ଟ କୁ ନେଇ ମଧ୍ୟ ସମାଲୋଚନା କରିବା ଆରମ୍ଭ କରି ଦେଲେନି ।

Leave A Reply

Your email address will not be published.