Latest Odisha News

ବଜ୍ରକାପ୍ତା ଡିଲ୍ ଫେଲ୍, ୨ ଚାଲାଣକାରୀଙ୍କୁ ମାଡି ବସିଲା STF

ଭୁବନେଶ୍ୱର: ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡିବସିଲା STF । ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ୨ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF । ବ୍ରହ୍ମପୁର-ରାୟଗଡା NH-୩୨୬ ଅଖୁସିଂଗି ଛକ ନିକଟରେ ଚଢ଼ାଉ କରି ୨ଅଭିଯୁକ୍ତଙ୍କୁ ଧରିଛି ।

ବଜ୍ରକାପ୍ତାକୁ ୫ ଲକ୍ଷରେ ବିକ୍ରି କରିବା ପାଇଁ ଡିଲ ହୋଇଥିଲା। ବିଶେଷ ସୂତ୍ରରୁ ଖବର ପାଇ ଗ୍ରାହକ ସାଜି ମାଡିବସିଲା ଏସଟିଏଫ ଟିମ୍। ଗିରଫ ଦୁଇ ଅଭିଯୁକ୍ତ ଗଜପତି ଜିଲ୍ଲା ବୁର୍ଡୁଗୁଡାର ସମସାନ ରାଇତା ଓ ରାୟଗଡା ଜିଲ୍ଲା ଟୁଆଗୁଡିର ଅସ୍ମିନ ଶବର । STF କେସ ନମ୍ବର ୨୯, ଦଫା ୩୭୯, ୪୧୧, ୧୨୦-ବି ରେ କୋର୍ଟଚାଲାଣ କରାଯାଇଛି । ୱାଇଲ୍ଡ ଲାଇଫ ପ୍ରୋଟେକ୍ସନ ଆକ୍ଟ ୧୯୭୨ରେ ମାମଲା ରୁଜୁ ହୋଇଛି । ଉଦ୍ଧାର ବଜ୍ରକାପ୍ତାକୁ DFOଙ୍କୁ ହସ୍ତାନ୍ତର କରାଯାଇଛି। ଆଗକୁ ଏହି ଅଭିଯାନ ଜାରି ରହିବ ବୋଲି STF ଏସପି ସୂଚନା ଦେଇଛନ୍ତି ।

 

 

 

Leave A Reply

Your email address will not be published.