Latest Odisha News

ଟ୍ରାକ୍ଟର ଓ ବାଇକ ମଧ୍ୟରେ ଧକ୍କାରେ ୨ ବର୍ଷର ଶିଶୁ କନ୍ୟା ମୃତ

ନବରଙ୍ଗପୁର: ଡାବୁଗାଁ କନ୍ୟାଶ୍ରମ ବିଦ୍ୟାଳୟ ନିକଟରେ ଭୟଙ୍କର ଦୁର୍ଘଟଣା। ଟ୍ରାକ୍ଟର ଓ ବାଇକ ମଧ୍ୟରେ ଧକ୍କାରେ ଜଣେ ୨ ବର୍ଷର ଶିଶୁ କନ୍ୟା ମୃତ। ଦୁର୍ଘଟଣାରେ ବାପା ତୁଳସୀ ଗୌଡ଼ ଗୁରୁତର ଥିବାବେଳେ ପୁଅ ସାଇ ଗୌଡ଼ ଆହତ ହୋଇଛନ୍ତି। ବାପା ତୁଳସୀ ଗୌଡ଼କୁ ଡ଼ାବୁଗାଁ ମେଡିକାଲ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ମୃତ ନାବାଳିକା ହେଲେ ଶିବାନୀ ଗୌଡ଼। ଗୁରୁତର ତୁଳସୀ ଗୌଡ଼ ତାଙ୍କ ପୁଅ ଓ ଝିଅଙ୍କୁ ଧରି ବାଇକ ଯୋଗେ ଘୁଷୁରାବେଡା ଗ୍ରାମରୁ କନ୍ୟାଶ୍ରମଗୁଡା ଯାଉଥିବାବେଳେ କନ୍ୟାଶ୍ରମ ବିଦ୍ୟାଳୟ ନିକଟରେ ଟ୍ରାକ୍ଟର ସହ ବାଇକର ଧକ୍କା ହୋଇଥିଲା।

ଫଳରେ ଭୟଙ୍କର ଘଟିଥିଲା ଦୁର୍ଘଟଣା। ଏହି ଘଟଣା ପରେ ଉତ୍ୟେକ୍ତ ଗ୍ରାମବାସୀ କ୍ଷତିପୂରଣ ଦାବିରେ ମୃତ ନାବଳିକାର ମୃତଦେହକୁକୁ ଧରି ଡାବୁଗାଁ, ଉମରକୋଟ ରାସ୍ତା ଅବରୋଧ କରି ବସିଛନ୍ତି । ଘଟଣାସ୍ଥଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି।

 

Comments are closed.