Latest Odisha News

BREAKING NEWS

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୫୧ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଥିଲା ବେଳେ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି।

ସମ୍ପୃକ୍ତ ମୃତକ ଜଣକ ଗଞ୍ଜାମ ଜିଲ୍ଲାର ଜଣେ ୮୫ ବର୍ଷ ବୟସ୍କ ବ୍ୟକ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ତେବେ ଗଞ୍ଜାମ ଜିଲ୍ଲାର ଏହା ହେଉଛି ତୃତୀୟ ମୃତ୍ୟୁ। ପୂର୍ବରୁ ଆଉ ଖୋର୍ଦ୍ଧାର ତିନିଜଣ ଏବଂ କଟକ ଅଞ୍ଚଳର ଜଣେ ବ୍ୟକ୍ତି କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ବରଣ କରିଥିଲେ।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଏଯାବତ୍ ୭ ମୃତ ଏବଂ ୩୪୩ ଜଣ ସୁସ୍ଥ ହୋଇଥିବାବେଳେ ୭୫୩ ଟି ସକ୍ରିୟ ମାମଲା ରହିଛି।

Comments are closed.