ଭୁବନେଶ୍ୱର: ଓଡ଼ିଶାରେ ଆଉ ଜେଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ବ୍ୟକ୍ତି ଜଣକ ଭୁବନେଶ୍ୱର ବମିଖାଲ ଅଂଚଳର । ତାଙ୍କ ବୟସ ୩୫ ବର୍ଷ । ଏହି ବ୍ୟକ୍ତି ଜଣକ ପୂର୍ବରୁ ବମିଖାଲରୁ ଚିହ୍ନଟ ହୋଇଥିବା ୪ ଜଣ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରୋତ ବାଗଚୀ ସୂଚନା ଦେଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପଂହଚିଛି ।
ସୂଚନା ମୁତାବକ ଏହି ବ୍ୟକ୍ତି ଜଣକ ପସେଂଟ ନମ୍ବର ୭,୮,୨୨ ଓ ୩୯ଙ୍କ ସଂସ୍ପର୍ଶରେ ଆସିଥିଲେ । ଏହି ୩୫ ବର୍ଷୀୟ ବ୍ୟକ୍ତି ଜଣକ ଏମାନଙ୍କ ପଡୋଶୀ ବୋଲି ଜଣାପଡିଛି । ସେ ୨୨ମାର୍ଚ୍ଚରୁ ୧୨ ଏପ୍ରିଲ ଯାଏଁ ହୋମ କ୍ୱାରେଂଟାଇନରେ ଥିଲେ । ସ୍ୱାମ ନମୂନା ପରୀକ୍ଷା ପରେ ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ତାଙ୍କୁ କିମସ୍ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Comments are closed.