ଭୁୁବନେଶ୍ୱର: ଓଡ଼ିଶାରେ ଆଉ ଜଣେ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ କରୋନା ପଜିଟିଭ୍ଙ୍କ ସଂଖ୍ୟା ୧୪୩ରେ ପହଞ୍ଚିଛି ।ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଜଣକ ବାଲେଶ୍ବର ସହରର ହୋଇଥିବା ବେଳେ ତାଙ୍କୁ ମିଶାଇ ଏଠାରେ କରୋନା ପଜିଟିଭଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି ।
ତେବେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ଯୋଗୁଁ ଏହା ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି।
Comments are closed.