Latest Odisha News

BREAKING NEWS

ରାଜ୍ୟରେ ତୃତୀୟ କରୋନା ମୃତ୍ୟୁ

ଭୁବନେଶ୍ୱର: ଜିଲ୍ଳା ପରେ ଜିଲ୍ଲା ବ୍ୟାପି ଚାଲିଛି ମହାମାରୀ କରୋନା । ଆଜି ଗୋଟିଏ ଦିନରେ ସର୍ବାଧିକ ୫୮ ଜଣ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି ।

କରୋନାରେ ମୃତ୍ୟୁ ଘରିଥିବା ଏହି ବ୍ୟକ୍ତି ଗଞ୍ଜାମ ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି।

ଏହି ବ୍ୟକ୍ତିଙ୍କର ୨ ଦିନ ତଳେ ମୃତ୍ୟୁ ହୋଇଥିଲେ ହେଁ ତାଙ୍କର ସ୍ୱାବ ଟେଷ୍ଟ ହେବା ପରେ ତାଙ୍କ ନମୁନା ପଜିଟିଭ ଆସିଛି ।

ଏପର୍ଯ୍ୟନ୍ତ ରାଜ୍ୟରେ କରୋନା ମାମଲା ମୋଟ୍ ୩୫୨ ରେ ପହଞ୍ଚିଛି । ସେଥିରେ ୨୮୧ ଜଣ ଚିକିତ୍ସାଧୀନ ରହିଥିବା ବେଳେ ୬୮ ଜଣ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.