Latest Odisha News

ଯାଜପୁର ନଦୀ ବୁଡି ଘଟଣା: ୬ ଜଣଙ୍କ ମୃତ ଦେହ ଉଦ୍ଧାର

ଯାଜପୁର: ଯାଜପୁର ବଡସୁଆର ବନ୍ଧମୁଣ୍ଡା ଖରସ୍ରୋତା ନଦୀ ବୁଡି ଘଟଣା । ଏଥିରେ ନିଖୋଜ ୬ ଜଣ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଗତକାଲି ସୁଦ୍ଧା ନିଖୋଜ ୫ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଜି ସକାଳୁ ଶେଷ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି।

ଉଦ୍ଧାର ଯୁବକଙ୍କ ଶବ ବ୍ୟବଚ୍ଛେଦ ପରେ ଗାଁ ସ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ଏହି ଘଟଣା କୁ ନେଇ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି।

ସୂଜନାଥାଉକି, ବନ୍ଧମୁଣ୍ଡା ଗାଁ ନଦୀ ଘାଟରେ ୫ ବର୍ଷ ତଳେ ଏମିତି ଏକ ଅଘଟଣ ଘଟିଥିଲା। ଯେଉଁଥିରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିଲା। ସେଥିପାଇଁ ଏହି ନଦୀ ଘାଟରେ ଏକ ସତର୍କ ସୂଚନା ଜାରି କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।

Comments are closed.