Latest Odisha News

BREAKING NEWS

ନିଷ୍ଠୁର କରୋନା: ଓଡ଼ିଶାରେ ଆଉ ଜଣେ ସାମ୍ବାଦିକଙ୍କ ଅକାଳ ବିୟୋଗ

ବ୍ରହ୍ମପୁର: କରୋନା ଓଡ଼ିଶାରୁ ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି । କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗଞ୍ଜାମ ଜିଲ୍ଲାରେ କାର୍ୟ୍ୟରତ ଜଣେ ସାମ୍ବାଦିକ ପ୍ରାଣ ହରାଇଛନ୍ତି । ତାଙ୍କ ନାଁ କିଶୋର ଚନ୍ଦ୍ର ଦାଶ । ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ସମାଜ ସମ୍ବାଦପତ୍ରରେ ସେ ପୋଲସରା ପାଇଁ କାମ କରୁଥିଲେ ।

କରୋନା ସଂକ୍ରମିତ ହେବା ପରେ କିଶୋର ଦାଶ ବ୍ରହ୍ମପୁର ସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ସାମ୍ବାଦିକ ମହଲରେ ଶୋକର ଛାୟା । ବର୍ତ୍ତମାନ ସୁଦ୍ଧା କରୋନା ରାଜ୍ୟରୁ ପାଖାପାଖି ୧୯ ଜଣ ସାମ୍ବାଦିକଙ୍କ ଜୀବନ ନେଲାଣି ।

Leave A Reply

Your email address will not be published.