ମାଲକାନଗିରି: ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ଏନକାଉଣ୍ଟର । ପୋଲିସ ଗୁଳିରେ ନିହତ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ । ଘଟଣାସ୍ଥଳର ଦୁଇଟି ଦେଶୀ ବନ୍ଧୁକ ସହ ଲ୍ୟାଣ୍ଡମାଇନ୍ ଓ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ କିରଣ୍ଡୁଲ ଥାନା ଅନ୍ତର୍ଗତ ବେଙ୍ଗପାଲି ଜଙ୍ଗଲରେ ଚାଲିଥିଲା ଡିଆରଜି ଯବାନଙ୍କ କୁମ୍ବିଂ ଅପରେସନ୍ । ସେହି ସମୟରେ ମୁହାଁମୁହିଁ ହଇଥିଲେ ମାଓବାଦୀ ଓ ଯବାନ । ଉଭୟ ପକ୍ଷରୁ ଗୁଳି ବିନିମୟ ହେବା ନେଇ ସୂଚନା ଦେଇଛନ୍ତି ଦନ୍ତେୱାଡା ଏସ୍ପି ଅଭିଷେକ ପଲ୍ଲଭ ।
Comments are closed.