Latest Odisha News

ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ, ବନ୍ଧୁକ ସହ ମାଓସାମଗ୍ରୀ ଜବତ

ଧମତରୀ: ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ପୋଲିସର ଏନକାଉଣ୍ଟର। ପୋଲିସର ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ। ଧମତରୀ ଜିଲ୍ଲା ମୁହକୋଟ ଆମଝର ଜଙ୍ଗଲରେ ଏନକାଉଣ୍ଟର ହୋଇଥିବା ସୂଚନା ରହିଛି। ସେହିପରି ଅନ୍ୟ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ଏସଏଲଆର (SLR) ବନ୍ଧୁକ ସହ ମାଓସାମଗ୍ରୀ ଜବତ ହୋଇଛି।

ସୂଚନା ଅନୁସାରେ ଖଲ୍ଲାରୀ ଥାନା ଅନ୍ତର୍ଗତ ମୁହକୋଟ ଆମଝର ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ଖବର ପାଇଥିଲେ ଯବାନ। ତୁରନ୍ତ ଧମତରୀ ଜିଲ୍ଲା ଏସପି ଅଞ୍ଜନେୟ ବୈଷ୍ଣ ନିଜେ ନେତୃତ୍ବ ନେଇ ଡିଆରଜି ଟିମକୁ ନେଇ ଜଙ୍ଗଲରେ ଚଢାଉ କରିଥିଲେ। ହେଲେ ଏଠାରେ ନକ୍ସଲ ସହ ମୁହାଁମୁହିଁ ହେବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

ନକ୍ସଲ ଯବାନଙ୍କ ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ଜଣେ ନକ୍ସଲର ମୃତଦେହ ଜବତ କରିଥିଲା ପୋଲିସ। ସେହିପରି ଘଟଣାସ୍ଥଳରୁ ଏସଏଲଆର ବନ୍ଧୁକ ଜବତ କରାଯାଇଥିଲା। ଏଥିସହ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ପୋଲିସ ମୃତ ମାଓବାଦୀକୁ ଚିହ୍ନଟ କରୁଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।

Leave A Reply

Your email address will not be published.