Latest Odisha News

BREAKING NEWS

କାର ଉପରେ ଆଖିବୁଜା ଗୁଳି ଓ ବୋମାମାଡ଼: ଜଣେ ମୃତ, ୨ ଗୁରୁତର

ଢେଙ୍କାନାଳ: କାମାକ୍ଷାନଗରରେ ଫୁଟିଲା ଗୁଳି । କାର ଉପରେ ଘନ ଘନ ଗୁଳିମାଡ଼ ହୋଇଛି । ତାସହ ଦୁର୍ବୃତ୍ତ କରିଛନ୍ତି ବୋମାମାଡ଼ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ନିକଟରେ ଗତକାଲି ରାତିରେ ବୋମା ଓ ଗୁଳିମାଡ଼ ହୋଇଛି । କାର ଉପରେ ଅଜଣା ଦୁର୍ବୃତ୍ତ ଆଖିବୁଜା ଗୁଳି ଚଳାଇବା ସହ ବୋମାମାଡ଼ କରିଥିଲେ ।

BjdElectrycity

ମୃତହତମାନେ ହେଉଛନ୍ତି କାମାକ୍ଷାନଗର ଅନନ୍ତପୁର କଲୋନୀ ସାହିର ତୋଫାନ ପାତ୍ର, ଆକାଶ ନାୟକ ଓ ରାଜକିଶୋର ନାୟକ । ସେମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତୋଫାନ ଓ ଆକାଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ।

ଗାଡି ଉପରକୁ ୬ ରାଉଣ୍ଡ ଗୁଳି ସହ ବୋମା ମାଡ଼ କରିଥିଲେ ଦୁର୍ବୃତ୍ତ । କାରର କାଚ ଭାଙ୍ଗି ଯାଇଛି । ତେବେ କିଏ ଓ କାହିଁକି ସେମାନଙ୍କ ଉପରେ ବୋମା ଓ ଗୁଳିମାଡ କଲା ? କଣ ହୋଇଥାଇପାରେ କାରଣ ?  ପୂର୍ବ ଶତ୍ରୁତାରୁ ବୋମା ଓ ଗୁଳିମାଡ଼ ହୋଇଥିବା ଅନୁମାନ କରାଯାଉଛି । ଅଧିକ ଖୋଳତାଡ ଜାରି ରଖିଛି କାମାକ୍ଷାନଗର ଥାନା ପୋଲିସ । ଅଭିଯୁକ୍ତଙ୍କୁ କାବୁ କରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍ ଚଳାଇଛି ପୋଲିସ ।

Leave A Reply

Your email address will not be published.