Latest Odisha News

BREAKING NEWS

ରାଷ୍ଟ୍ରପତି ଭବନରେ କରୋନା: କ୍ୱାରେଣ୍ଟାଇନରେ ୧୨୫ ପରିବାର

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଆତଙ୍କ । ଏଥିରୁ ବାଦ୍ ପଡିନାହିଁ ଦେଶର ସବୁଠାରୁ ସୁରକ୍ଷିତ ସ୍ଥାନ ଭାବେ ପରିଚିତ ରାଷ୍ଟ୍ରପତି ଭବନ ପରିସର । ରାଷ୍ଟ୍ରପତି ଭବନ ପରିସରରେ ଜଣେ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ମହିଳା ଜଣଙ୍କ ରାଷ୍ଟ୍ରପତି ଭବନରେ କାମ କରୁଥିବା ଜଣେ ସଫେଇକର୍ମୀଙ୍କ ବୋହୂ ବୋଲି ଜଣାପଡିଛି ।

ସେ ତାଙ୍କ ପରିବାର ସହିତ ରାଷ୍ଟ୍ରପତି ଭବନ ପରିସରରେ ରୁହନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ କ୍ୟାମ୍ପସରେ ରହୁଥିବା ୧୨୫ ପରିବାରଙ୍କୁ ହୋମ୍ କ୍ଵାରାଣ୍ଟାଇନରେ ରଖାଯାଇଛି ।

ତେବେ ଏହି ମହିଳାଙ୍କ ମା’ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ମା’ ଙ୍କ ଅନ୍ତିମ ସଂସ୍କାରରେ ଉକ୍ତ ମହିଳାଙ୍କ ପୂରା ପରିବାର ଯୋଗ ଦେଇଥିଲେ। ସେଠାରୁ ଫେରିବା ପରେ, ତାଙ୍କ ପରିବାରକୁ ପୃଥକ ଭାବରେ ଆଇସୋଲେସନରେ ରଖାଯିବା ସହ ସେମାନଙ୍କର ନମୁନା ପରୀକ୍ଷା କରାଯାଇଥିଲା । ତେବେ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଏହି ମହିଳାଙ୍କ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି ।

Leave A Reply

Your email address will not be published.