Latest Odisha News

BREAKING NEWS

ବାଲେଶ୍ୱର ଜିଲ୍ଲାରେ ବଢିଲା କରୋନା ପଜିଟିଭଙ୍କ ସଂଖ୍ୟା, ମୋଟ ସଂଖ୍ୟା ୮ ଛୁଇଁଲା

ବାଲେଶ୍ୱର: ଚିହ୍ନଟ ହୋଇଥିବା ୫ ନୂଆ କରୋନା ପଜିଟିଭ ରୋଗୀ ବାଲେଶ୍ୱରର ବୋଲି ସୂଚନା ମିଳିଛି । ଏମାନଙ୍କର ମଧ୍ୟରେ ୩୪ ବର୍ଷୀୟ ଦୁଇଜଣ ମହିଳା, ୩୮ ବର୍ଷ ଓ ୨୬ ବର୍ଷର ଦୁଇ ଯୁବକ ଓ ୧୨ ବର୍ଷର ଜଣେ ବାଳକ ଅଛନ୍ତି । ଗତ ୧୯ ତାରିଖରେ ବାଲେଶ୍ୱରର ପଜିଟିଭ ବାହାରିଥିବା ଦୁଇ ଜଣଙ୍କର ଏମାନେ ନିକଟ ସମ୍ପର୍କୀୟ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇ ପଜିଟିଭ୍‌ଙ୍କ ମଧ୍ୟରେ ଜଣେ ଦୁଇ ବର୍ଷର ଶିଶୁ ମଧ୍ୟ ରହିଛି । ଏହା ପୂର୍ବରୁ ଜଣେ ୫୮ ବର୍ଷୀୟ ବ୍ୟକ୍ତିଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହିପରି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।

ତେବେ ୫ ନୂଆ କରୋନା ପଜିଟିଭ କିପରି ସଂକ୍ରମିତ ହେଲେ ତାର ସୂଚନା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଦିଆଯାଇନାହିଁ । ବାଲେଶ୍ୱରର ୮ କରୋନା ପଜିଟିଭଙ୍କ ସମେତ ସାରା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟ ୭୯ ଛୁଇଁଛି । ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କ ଚିକିତ୍ସା କୋଭିଡ ହସ୍ପିଟାଲରେ ଚାଲିଥିବା ବେଳେ ୨୫ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.