Latest Odisha News

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର; ଜଣେ ଆତଙ୍କବାଦୀ ନିହତ, ଯବାନ ଆହତ

କୁପୱାରା: ଜମ୍ମୁ କାଶ୍ମୀରର କୁପୱାରାରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି।

ଜମ୍ମୁ କଶ୍ମୀରର କୁପୱାଡାର ଲୋଲାବ ଉପତ୍ୟକାର ତ୍ରିମୁଖା ଟପ୍ରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।

କୁପୱାରାରେ ଆତଙ୍କବାଦୀ ଲୁଚିଥିବା ଖବର ସେନାକୁ ମିଳିଥିଲା। ଏହାପରେ ଜମ୍ମୁ କଶ୍ମୀର ପୋଲିସ ସହ ମିଶି ସେନା ପକ୍ଷରୁ ଆରମ୍ଭ ହୋଇଥିଲା ମିଳିତ ଅପରେସନ୍। ରାତି ସାରା ଚାଲିଥିବା ଏନ୍କାଉଣ୍ଟ୍ରରେ ଜଣେ ଅତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ସେନା ଯବାନ ଆହତ ହୋଇଛନ୍ତି।

ତେବେ ଏହାପୂର୍ବରୁ ମଙ୍ଗଳବାର ଦିନ ଜମ୍ମୁର ବଟ୍ଟାଲୀ ସେକ୍ଟରରେ ଗୁଳି ବିନିମୟ ସମୟରେ ଆହତ ହୋଇଥିବା ଯବାନଙ୍କ ସହିହ ହୋଇଥିଲେ।

Comments are closed.