ଭାରତରେ ଅନେକ ପ୍ରକାରର ଫଳ ଚାଷ କରାଯାଏ । ପ୍ରତ୍ୟେକ ଫଳ ଋତୁ ଓ ତାପମାତ୍ରା ଅନୁସାରେ ଚାଷ କରାଯାଇଥାଏ । କିନ୍ତୁ ଏବେ ଜଣେ ବ୍ୟକ୍ତି ଏଭଳି କୌଶଳ ଆପଣାଇଛନ୍ତି, ଯେଉଁଠି ଗୋଟେ ଗଛରେ ତିନି ପ୍ରକାରର ଫଳ ଫଳି ପାରିଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବ୍ୟକ୍ତି ଜଣକ ଏହାର ସରଳ ଉପାୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହାଦ୍ୱାରା ଆପଣ ବି ଅତି ସହଜରେ ନିଜ ବଗିଚାରେ ଗୋଟେ ଗଛରେ ଅନେକ ପ୍ରକାରର ଫଳ ଚାଷ କରିପାରିବେ ।
ବ୍ୟକ୍ତି ଜଣକ କହିଛନ୍ତି ଯେ, ଯଦି ଗୋଟିଏ ଗଛରେ ଅନେକ ଫଳ ଫଳାଇବାକୁ ଚାହୁଁଛନ୍ତି ,ତେବେ ଆପଣଙ୍କୁ କିଛି ପ୍ରସ୍ତୁତି କରିବାକୁ ପଡିବ । ଏହାର ଡେମୋ ଭିଡିଓ ୟୁଟ୍ୟୁବରେ ସେୟାର କରିଛନ୍ତି । ବର୍ତ୍ତମାନ ଏହି ଟେକ୍ନୋଲୋଜି ସହିତ ଏହିପରି ଅନେକ ଉଦ୍ଭିଦ ଉତ୍ପାଦନ କରାଯାଉଛି ଯାହା ଏକାସାଙ୍ଗରେ ଅନେକ ଫଳ ଉତ୍ପାଦନ କରିହେବ । ଏହି ଭିଡ଼ିଓକୁ ଦେଖିବା ପରେ ଲୋକେ ବହୁତ ପସନ୍ଦ କରିଛନ୍ତି । ତାଙ୍କର ଏପରି ଉଦ୍ୟମକୁ ମଧ୍ୟ ଅନେକ ପ୍ରଶଂସା କରିଛନ୍ତି ।
Comments are closed.