ଚମ୍ପାରଣ: ଅଜିକାଲି କିଛି ନା କିଛି ଏପରି ଘଟଣା ସାମ୍ନାକୁ ଆସୁଛି। ଯାହାକୁ ଦେଖିଲେ କି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେହିପରି ଏକ ଘଟଣା ବିହାରର ଚମ୍ପାରଣରେ ଘଟିଛି ଯାହାର ଭିଡିଓ ବର୍ତ୍ତମାନ୍ ସାରା ସୋସିଆଲ ମିଡ଼ିଆରେ ହଇଚଇ ସୃଷ୍ଟି କରିଛି।
ତେବେ ସେଠାରେ ଏକ ସାପ ଜଣେ ବର୍ଷକର ଛୁଆକୁ କାମୁଡି ଦେଇଥିଲା କିନ୍ତୁ ପିଲାଟିର କିଛି କ୍ଷତି ହେବା ପରିବର୍ତ୍ତେ ସାପଟି ମରି ଯାଇଥିଲା। ଶିଶୁଟିର ନାମ ଗୋବିନ୍ଦ ଥିବା ଜଣାପଡିଛି।ତେବେ ଶିଶୁଟି ନିଜ ଘରେ ଖେଳୁଥିବା ସମୟରେ ସାପଟିକୁ ଦେଖିଥିଲା ଓ ଖେଳନା ଭାବି ଏହାକୁ ହାତରେ ଧରି ଖେଳିଥିଲା।ପରେ ଏହାକୁ ନିଜ ଦାନ୍ତରେ କାମୁଡି ଧରିଥିଲା। ଫଳରେ ସାପଟିର ମୃତ୍ୟୁ ହୋଇଯାଇଥିଲା।
ତେବେ ଏହି ଘଟଣାଟି ଚମ୍ପାରଣର ମଜୌଲିଆ ବ୍ଲକର ମୋହଛି ବାଙ୍କଟୱା ଗାଁରେ ଘଟିଥିବା ରିପୋର୍ଟରୁ ଜଣାପଡ଼ିଛି। ଏତେ ସବୁ ଘଟିଯିବା ପରେ ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା ଜଣା ପଡ଼ିଛି।
ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏପରି କେମିତି ହେଲା? ନେଚର ଏନଭାର୍ନମେଣ୍ଟ ଆଣ୍ଡ୍ ୱେଲଫେୟାର ସୋସାଇଟି (NEWS) ର ପ୍ରୋଜେକ୍ଟ ମ୍ୟାନେଜର ଅଭିଷେକ କହିଛନ୍ତି ଯେ ଏହା ପଛରେ ଦୁଇଟି କାରଣ ରହିଅଛି। ପ୍ରଥମେ ଯଦି ସାପଟି ଶିଶୁଟିକୁ କାମୁଡ଼ିବା ସତ୍ୱେ ମଧ୍ୟ ଶିଶୁଟିର କିଛି ହୋଇନାହିଁ ତେବେ ହୁଏତ ସାପଟି ବିଷଧର ନଥିବ। ଅନ୍ୟ କାରଣଟି ଶିଶୁକୁ କାମୁଡିବା ପୂର୍ବରୁ ଶିଶୁ ସାପଟିକୁ କାମୁଡି ଦେଇଥିବ। ତେବେ ଏଥିରେ ସାପର ମେରୁଦଣ୍ଡ କଟିଯିବାରୁ ହୁଏତ ତୁରନ୍ତ ତାର ମୃତ୍ୟୁ ହୋଇଯାଇଥିବ। ଏହି କାରଣରୁ ସାପଟି ମରିଯାଇଥିଲା କିନ୍ତୁ ପିଲାଟି ସମ୍ପୁର୍ଣ୍ଣ ସୁସ୍ଥ ଥିଲା।
Comments are closed.