Latest Odisha News

BREAKING NEWS

ଖାଉଟିଙ୍କୁ ଘାରିଲା ପିଆଜ ଚିନ୍ତା; ୬୦ଛୁଇଁଲା ଦର

ଭୁବନେଶ୍ୱର: ରାଜ୍ୟରେ ଆକାଶଛୁଆଁ ହେଲାଣି ପିଆଜ ଦର । କିଛିଦିନରେ ଏହା ହୁହୁ ହୋଇ ବଢିଚାଲିଛି । ମାସକ ତଳେ ଏ ୧୬ ରୁ ୧୮ ଟଙ୍କା ଭିତରେ ବିକ୍ରି ହେଉଥିବା ପିଆଜ ଏବେ ୫୦ ଟପି ୬୦ଧରିଲାଣି ।

ନାସିକ୍‌ ଓ ଆନ୍ଧ୍ରରୁ ଆମଦାନୀ କମୁଥିବାରୁ ଦର ବୃଦ୍ଧି ଘଟୁଥିବା ବ୍ୟବସାୟୀ କହିଛନ୍ତି । ଯାହାକୁ ନେଇ ଖାଉଟିଙ୍କର ମଧ୍ୟ ଚିନ୍ତା ବଢିବାରେ ଲାଗିଛି । ଭୁବନେଶ୍ବର ହେଉ କି ବ୍ରହ୍ମପୁର ଅଥବା ଯାଜପୁର, ସାରା ରାଜ୍ୟରେ ପିଆଜ ଏବେ ଲୋକଙ୍କ ଆଖିରୁ ଲୁହ ବାହାର କରୁଛି ।

କେବଳ ଓଡ଼ିଶା ନୁହେଁ ସାରା ଦେଶର ପିଆଜ ଦରରେ ବୃଦ୍ଧି ଘଟିଛି । କେଉଁଠି ୬୦ ତ ଆଉ କେଉଁଠି ୮୦ରେ ପହଞ୍ଚିଲାଣି ଦର । ବର୍ଷା ଯୋଗୁଁ ନାସିକ୍‌ରେ ପିଆଜ ଚାଷ ପ୍ରଭାବିତ ହୋଇଛି ଏବଂ ଉତ୍ପାଦନ କମିଛି । ସେପଟେ ଓଡ଼ିଶାରେ ଯେତିକି ପିଆଜ ଉତ୍ପାଦନ ହେଉଛି ତାକୁ ସଂରକ୍ଷଣର ବ୍ୟବସ୍ଥା ନଥିବାରୁ ବ୍ୟବସାୟୀ ସେଗୁଡିକୁ ବାହାର ରାଜ୍ୟକୁ ପଠାଇ ଦେଇଛନ୍ତି । ଆଗକୁ ପିଆଜ ଦର ରାଜ୍ୟରେ ଆହୁରି ବଢ଼ିବା ଆଶଙ୍କା ପ୍ରକାଶ ପାଇଛି। ସେହିଭଳି ପିଆଜ କଳବଜାରୀ ରୋକିବାକୁ ବିଭିନ୍ନ ଜିଲ୍ଲାପ୍ରଶାସନ ତୀକ୍ଷଣ ନଜର ରଖିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.