Latest Odisha News

BREAKING NEWS

ଅଗଷ୍ଟ ୨୧ରୁ +୨ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ, କମିଲା ଫି

ଭୁବନେଶ୍ୱର: ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଜରୁରୀ ସୂଚନା । ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଘୋଷଣା ହେଲା ତାରିଖ । ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ତାରିଖ ଭିତରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।

କୋଭିଡ୍ ପାଇଁ ଆବେଦନ ଫି ହ୍ରାସ
ନାମଲେଖା ଆବେଦନ ତାରିଖ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସାମ୍ସ ସେଣ୍ଟର ଜରିଆରେ ଅନଲାଇନରେ ଆବେଦନ କରିହେବ । ଚଳିତବର୍ଷ କରୋନା ମହାମାରୀ ଯୋଗୁ ଆବେଦନ ଫି ମୁଖ୍ୟମନ୍ତ୍ରୀ କମାଇଥିବା କହିଛନ୍ତି ମନ୍ତ୍ରୀ ।

ସେପ୍ଟେମ୍ୱର ୯ ତାରିଖରେ ମେରିଟ୍ ଲିଷ୍ଟ
ଚଳିତବର୍ଷ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଆବେଦନ ଫି ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଆବେଦନ ଫି ରହିଛି ୧୦୦ ଟଙ୍କା । ସେପ୍ଟେମ୍ୱର ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମଲେଖା ପାଇଁ ମେରିଟ୍ ଲିଷ୍ଟ ।

Leave A Reply

Your email address will not be published.