Latest Odisha News

BREAKING NEWS

ଅକ୍ଟୋବର ୧ରୁ ଅନଲାଇନ୍ ପଲ୍ୟୁସନ ସାର୍ଟିଫିକେଟ ବାଧ୍ୟତାମୂଳକ

ଭୁବନେଶ୍ୱର: ଓଡ଼ିଶା ପରିବହନ କର୍ତ୍ତୃପକ୍ଷ (ଏସଟିଏ) ସୋମବାର ଦିନ ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଜାରି କରିଛନ୍ତି ଯେ, ରାଜ୍ୟରେ ଅକ୍ଟୋବର ୧ ତାରିଖରୁ ସମସ୍ତ ଯାନବାହନ ଲାଗି ପଲ୍ୟୁସନ ସାର୍ଟିଫିକେଟ ବାଧ୍ୟତାମୂଳକ ଭାବେ ଲାଗୁ କରାଯିବ ।

ଏହି ବିଜ୍ଞପ୍ତି ଅନୁଯାୟୀ, ପଲ୍ୟୁସନ ଟେଷ୍ଟ ବେଳେ ଇମିସନ୍ ଫଳାଫଳ ଇଲେକ୍ଟ୍ରୋନିକ ପଦ୍ଧତି ଅନୁଯାୟୀ ଅନଲାଇନ୍ ବାହନ ମାଧ୍ୟମରେ ପ୍ରସ୍ତୁତ କରାଯାଇ ଟେଷ୍ଟ କରାଯିବ । ତେଣୁ ପରିବହନ ବିଭାଗ ପକ୍ଷରୁ ମିଳିଥିବା ବାହନ ସାର୍ଟିଫିକେଟକୁ ହିଁ ବୈଧ ସାର୍ଟିଫିକେଟ ଭାବେ ଗ୍ରହଣ କରାଯିବ ।

ହାଲୁକା ଯାନ ଲାଗି ୧୦୦ ଟଙ୍କା ଜିଏସଟି ଅତିରିକ୍ତ, ଦୁଇ ଓ ତିନିଚକିଆ ଯାନର ପିୟୁସି ସାର୍ଟିଫିକେଟ ଲାଗି ୬୦ ଟଙ୍କା ଏବଂ ମଧ୍ୟମ ଓ ଭାରୀ ଯାନ ଲାଗି ୧୫୦ ଟଙ୍କା ଜିଏସଟି ଅତିରିକ୍ତ ପୈଠ ଦେବାକୁ ପଡ଼ିବ ବୋଲି ସୂଚନା ମିଳିଛି ।

Comments are closed.