Latest Odisha News

BREAKING NEWS

[ଭିଡିଓ] ହାତୀ ଉପଦ୍ରବ ରୋକିବ ”ଲାଇଟର୍ ଗନ୍”

ଅନୁଗୁଳ : ହାତୀ ଘଉଡାଉଛି ଲାଇଟର ଗନ୍ । ଅନୁଗୁଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ଜଙ୍ଗଲଛାଡି ଜନବସିତି ମୁହାଁ ହେଉଛନ୍ତି ହାତୀ ପଲ୍ଲ।ହାତୀକୁ ଘଉଡାଇବା ପାଇଁ ନାକେଦମ ହେଉଛି ବନ ବିଭାଗ। ଏଭଳି ପରିସ୍ଥିତିରେ ବନ୍ତଳା କଲେଇପଡ଼ା ଗାଁର ରସାନନ୍ଦ ସାହୁ ନାମକ ଜଣେ ବ୍ୟକ୍ତି ନିଜସ୍ୱ ଜ୍ଞାନ କୌଶଳରେ ତିଆରି କରିଛନ୍ତି ଲାଇଟର ଗନ୍। ଏହି ଗନରୁ ପ୍ରଚଣ୍ଡ ଶଦ୍ଦ ବାହାରୁଛି । ବନ୍ଧୁକ ନହେଲେ ବି ଏହା ଫୁଟିଲେ ଗୁଳି ଓ ବାଣ ବିସ୍ପୋରଣ ପରି ହେଉଛି।ଯାହାକୁ ହାତୀ ଘଉଡାଇବା ପାଇଁ ବ୍ୟବହାର କରାଯାଉଛି।

ପରୀକ୍ଷା ମୂଳକ ଭାବେ ବନ ବିଭାଗ ଏହିି ଲାଇଟର ଗନରେ ହାତୀ ଘଉଡାଉଛି । କେତେଖଣ୍ଡ ପ୍ଲାଷ୍ଟିକ ପାଇପ ଓ ବୋତଲର ଠିପି ଓ ଏକ ଗ୍ୟାସ ଲାଇଟର ବ୍ୟବହାର କରି ପ୍ରସ୍ତୁତ କରାଯାଇଛି ଏହି ଲାଇଟର ଗନ୍। ଏହା ଗନରେ କିଛି ମାତ୍ରାରେ କାର୍ବାିଇଟ ପାଣି ବ୍ୟବହାର କରାଯାଇଥାଏ । ମାତ୍ର ୧୦୦ ଗ୍ରାମ କାର୍ବାଇଟରେ ୨୫ ଥର ଗୁଳି ଫୁଟାଇ ହେଉଛି। ଫଳରେ ଲାଇଟର ମାରିବା ମାତ୍ରା ରସାୟନିକ ପ୍ରତିକ୍ରିୟା ହୋଇ ପ୍ରଚଣ୍ଡ ଶଦ୍ଦ ହୁଏ।ବହୁତ୍ କମ୍ ଖର୍ଚ୍ଚରେ ମଧ୍ୟ ଏହି ଗନ୍ ତିଆରି ହୋଇପାରୁଛି।ଏହି ଗନ୍ ବିନା ନିଆଁରେ ବାଣ ଫୁଟିଲା ପରି ଶଦ୍ଦ କରିବ ତାସହ ବନ୍ୟ ଜନ୍ତୁଙ୍କୁ ଘଉଡାଇ ପାରୁଛି ଏହି ଗନ୍।

ନିଆଁ ହୁଳା ଦ୍ୱାରା ହାତୀ ଘଉଡାଇଲେ ବିପଦ ଉପୁଜିଥାଏ ତେଣୁ ଏହି ଦୃଷ୍ଟିରୁ ଲାଇଟର ଗନ୍ ବ୍ୟବହାର ବିପଦ ମୁକ୍ତ ହୋଇପାରେ। ଏବେ ଏହାକୁ ବନ ବିଭାଗ ପରୀକ୍ଷାମୂଳକ ଭାବେ ବ୍ୟବହାର କରୁଛି । ହେଲେ ସଫଳ ହେଲେ ଏହାକୁ ହାତୀ ଘଉଡାଇବାରେ ବ୍ୟବହାର କରାଯିବ ।

Leave A Reply

Your email address will not be published.