Latest Odisha News

BREAKING NEWS

କୋରାପୁଟରେ ଦୋକାନ ଖୋଲିବା ଉପରେ ଲାଗିଲା କଟକଣା

ଜୟପୁର: କୋରାପୁଟ ଜିଲ୍ଲାରେ ସୋମବାର ଦିନ ପ୍ରଥମ କରୋନା ପଜିଟିଭ ମାମଲା ଚିହ୍ନଟ ହେବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ଗ୍ରହଣ କରାଯାଇଛି।

କୋରାପୁଟ ପ୍ରଶାସନ ପକ୍ଷରୁ ଜିଲ୍ଲାରେ କ’ଣ ଖୋଲିବ ଏବଂ କ’ଣ ବନ୍ଦ ରହିବ, ସେନେଇ ଏକ ତାଲିକା ପ୍ରକାଶ ହୋଇଛି।

ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ୧୪ରେ ନର୍ସିଂ ଡ୍ୟୁଟିରେ ଯୋଗଦେବା ପାଇଁ କୋଲକାତାରୁ ଜଣେ ସ୍ୱାସ୍ଥ୍ୟ କର୍ମୀ କୋରାପୁଟକୁ ଫେରିଥିବା ବେଳେ ତାଙ୍କ ର କରୋନା ପଜିଟିଭ ଆସିଥିଲା।

ଏପରିକି ତାଙ୍କର ଯାତ୍ରା ଇତିହାସକୁ ନଜରରେ ତାଙ୍କୁ ଡ୍ୟୁଟିରେ ଯୋଗଦେବାକୁ ଅନୁମତି ଦିଆଯାଇନଥିଲା ଏବଂ କ୍ବାରେଣ୍ଟାଇନରେ ରଖାଯାଇଥିଲା ବୋଲି ସରକାରୀ ସୂତ୍ରରୁ ପ୍ରକାଶ।

Comments are closed.