ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବିଜେଡି ନେତା ଗୁଳିମାଡ । ବିଜେଡି ନେତା କାହ୍ନୁ ଚରଣ ସାହୁଙ୍କୁ ଗୁଳି କଲେ ଦୁର୍ବୁତ୍ତ । ରାତି ଅନ୍ଧାରରେ ବାଇକରେ ଆସି କାର କାଚ ଭାଙ୍ଗି ଗୁଳି କଲେ ଦୁର୍ବୁତ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
କାମାକ୍ଷାନଗର ମେନରୋଡ଼ ସ୍ଥିତ ମା ତାରିଣୀ ଅଳଙ୍କାର ଦୋକାନ ସାମ୍ନାରେ ଘଟିଛି ଏହି ଗୁଳିକାଣ୍ଡ ଘଟଣା। କାହ୍ନୁଚରଣ ଜଣେ ଠିକାଦାର ତଥା ବିଜେଡି ନେତା । ଏହା ପୂର୍ବରୁ ମଧ୍ୟ ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ଉଦ୍ୟମ ହୋଇଥିଲା । ଗତ ବର୍ଷ ଅକ୍ଟୋବର ମାସରେ ଗୋଟିଏ ଥର ଘର ସାମ୍ନାରେ ଥିବା କାର ଉପରକୁ ବୋମା ମାଡ଼ । ଡିସେମ୍ବର ମାସରେ ଢେଙ୍କାନାଳ ଟାଉନ ସ୍ଥିତ PWD ବଙ୍ଗଳା ସାମ୍ନାରେ ଅପହରଣ ଉଦ୍ୟମ କରି ଦୁର୍ବୁତ୍ତ ମାନେ ବିଫଳ ହୋଇଥିଲେ । ତେବେ ଗତକାଲି ରାତିରେ ଗୁଳିମାଡ ଘଟଣାରେ କାହ୍ନୁଙ୍କ ହାତ ଓ ଜଙ୍ଘରେ ଗୁଳି ଲାଗିଥିବା ସୂଚନା ମିଳିଛି ।
ଗତକାଲି ରାତି ପ୍ରାୟ ୧୦ଟା ୪୫ ମିନିଟରେ ଘରକୁ କାର ଯୋଗେ ଫେରୁଥିବା କାହ୍ନୁ । ଏହି ସମୟରେ ୩ ଜଣ ଦୁର୍ବୁତ୍ତ ବାଇକରେ ଆସି ୨ଟି ବନ୍ଧୁକରେ ଆକ୍ରମଣ କରିଥିଲେ। କାର ସାମ୍ନାରେ ବାଇକ ରଖି ପ୍ରଥମେ କାରର କାଚକୁ ବନ୍ଧୁକରେ ଭାଙ୍ଗି ଥିଲେ ଦୁର୍ବୁତ୍ତ । ପରେ କାହ୍ନୁଙ୍କ ଉପରକୁ ଗୁଳି କରିଥିଲେ । କାହ୍ନୁଙ୍କ ଗୁଳିକାଣ୍ଡକୁ ନେଇ କାମାକ୍ଷାନଗରରେ ଚାଞ୍ଚଲ୍ୟ ଖେଳି ଯାଇଛି । ଘଟଣା ସ୍ଥଳରୁ ଗୋଟିଏ ଫୁଟନ୍ତା ଗୁଳି ଜବତ କରିଛି ପୋଲିସ ।
ତେବେ ଗୁଳିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ। ରାଜନୈତିକ ବିବାଦ ନା ଠିକାଦାରୀକୁ ନେଇ ଏହି ଘଟଣା ଘଟିଛି ତାହା ଜଣାପଡିନ ନାହିଁ । ଘଟଣାସ୍ଥଳରୁ କାମାକ୍ଷାଗନର ପୋଲିସ୍ ଗୋଟିଏ ଫୁଟନ୍ତା ଗୁଳି ଜବତ କରିବା ସହ ସିସିଟିଭି ଆଧାରରେ ତଦନ୍ତ କରୁଛି। ଖୁବଶୀଘ୍ର ଅପରାଧୀକୁ କାବୁ କରିବା ପାଇଁ ଚାଲିଛି ବ୍ଲୁ ପ୍ରିଣ୍ଟ ।
ମିିଳିଥିବା ଶେଷ ଖବର ଅନୁସାରେ, କାହ୍ନୁ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି ।
Comments are closed.