Latest Odisha News

BREAKING NEWS

ଅପରେସନ୍ ଅଜୟ: ଦ୍ବିତୀୟ ପର୍ଯ୍ୟାୟରେ ସୁରକ୍ଷିତ ଫେରିଲେ ୨୩୫ ଭାରତୀୟ

ନୂଆଦିଲ୍ଲୀ : ‘ଅପରେସନ ଅଜୟ’ରେ ଇସ୍ରାଏଲରୁ ଦ୍ବିତୀୟ ପର୍ଯ୍ୟାୟରେ ସ୍ବଦେଶ ଫେରିଲେ ଭାରତୀୟ । ଦୁଇ ଶିଶୁଙ୍କ ସମେତ ୨୩୫ ଭାରତୀୟ ନାଗରିକଙ୍କୁ ନେଇ ଏହି ସ୍ବତନ୍ତ୍ର ବିମାନ ଆଜି ସକାଳେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି  ।  ଗତକାଲି ରାତିରେ ବିମାନଟି ତେଲ ଅଭିଭ ଛାଡିଥିଲା  । ବୈଦେଶିକ ବ୍ୟାପାର ମନ୍ତ୍ରୀ ରାଜକୁମାର ରଂଜନ ସିଂ ବିମାନ ବନ୍ଦରରେ ଭାରତୀୟ ନାଗରିକମାନଙ୍କୁ ସ୍ୱାଗତ କରିଛନ୍ତି।  ଏହାପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲରୁ ଫେରିଥିଲେ ୨୧୨ ଜଣ ଭାରତୀୟ ।

ସେମାନଙ୍କ ମଧ୍ୟରେ ଥିଲେ ୯ ଓଡ଼ିଆ।ଗତ ସପ୍ତାହରୁ ଇସ୍ରାଏଲ ଏବଂ ହାମାସ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି  । ପ୍ରାୟ ୧୮ ହଜାର ଭାରତୀୟ ସେଠାରେ ଫସିରହିଛନ୍ତି  । ତେଣୁ ଭାରତୀୟ ମାନଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ସରକାର ଅପରେସନ୍ ଅଜୟ ଆରମ୍ଭ କରିଛନ୍ତି  ।  ପ୍ରଥମ ପର୍ଯ୍ୟାୟରେ ୨୧୨ ଭାରତୀୟଙ୍କୁ ସ୍ବଦେଶ ଅଣାଯାଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୩୫ ଭାରତୀୟ ସୁରକ୍ଷିତ ଭାବେ ଫେରିଛନ୍ତି  । ଭାରତୀୟ ଯାତ୍ରୀମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ମୋଦୀ ସରକାର ଖର୍ଚ୍ଚ ବହନ କରୁଛନ୍ତି ।

Leave A Reply

Your email address will not be published.