Latest Odisha News

କମ୍ ଉଚ୍ଚତା କାରଣରୁ ବାହା ହେବାକୁ ମନା କରୁଥିଲେ ଝିଅ , ଅସ୍ତ୍ରୋପଚାର କରି ବଢାଇଲେ ଉଚ୍ଚତା

ନ୍ୟୁୟର୍କ: କମ୍ ଉଚ୍ଚତା ହେତୁ ଲୋକମାନେ ଅନେକ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ବେଳେବେଳେ ସମ୍ପର୍କ ପାଇଁ ମଧ୍ୟ ଉଚ୍ଚତା ଏକ ବଡ଼ କାରଣ ହୋଇଯାଏ । କମ୍ ଉଚ୍ଚତା ବିଶିଷ୍ଟ ଲୋକଙ୍କୁ ପ୍ରେମରେ ବିଫଳ ହେବାକୁ ପଡ଼େ । ଆମେରିକାର ଜଣେ ବ୍ୟକ୍ତି ପ୍ରେମ ପାଇଁ ନିଜର ଉଚ୍ଚତା ବଢାଇବାକୁ ସ୍ଥିର କଲେ । ଏଥିପାଇଁ ସେ ଏତେ ଟଙ୍କା ଖର୍ଚ୍ଚ କରିଥିଲେ ଯେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ।

୨୭ ବର୍ଷିୟ ଡିନଲେ ସିଗର୍ସ ନ୍ୟୁୟର୍କର ଆଟଲାଣ୍ଟାରେ ରୁହନ୍ତି । ସେ ଜଣେ ନୈସେନା ଭେଟେରାନ । ତାଙ୍କର ଉଚ୍ଚତା ମାତ୍ର ୫ ଫୁଟ ୫ ଇଞ୍ଚ ଥିଲା । ସେ ଯଦି କୌଣସି ଝିଅକୁ ପସନ୍ଦ କରୁଥିଲେ କିନ୍ତୁ କମ୍ ଉଚ୍ଚତା କାରଣରୁ ଝିଅମାନେ ବି ରିଜେକ୍ଟ କରି ଦେଉଥିଲେ । ଘର ଲୋକ ପ୍ରସ୍ତାବ ଆଣୁଥିଲେ କମ୍ ଉଚ୍ଚତା ଯୋଗୁ ବାରମ୍ବାର ବିବାହ ମଧ୍ୟ ଭାଙ୍ଗୁଥିଲା । ସେ ନିଜର କମ୍ ଉଚ୍ଚତାକୁ ନେଇ ସବୁ ବେଳେ ଚିନ୍ତିତ ରହିବା ସହ ମାନସିକ କଷ୍ଟ ବି ପାଉଥିଲେ ।

ଅସ୍ତ୍ରୋପ୍ରଚାର କରାଯାଇ ଗେଢା ଲୋକଙ୍କୁ ଉଚ୍ଚତା ବଢାଯାଇପାରିବେ ବୋଲି ସେ ଥରେ ଇଣ୍ଟରନେଟରୁ ଜାଣିବାକୁ ପାଇଲେ । ଏହା ପରେ ଅସ୍ତ୍ରୋପଚାର କରି ନିଜର ଉଚ୍ଚତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଲେ । ଶେଷରେ ଅସ୍ତ୍ରୋପଚାର କରି ନିଜର ଉଚ୍ଚତା ବୃଦ୍ଧି କଲେ । ଏଥିଲାଗି ତାଙ୍କୁ ୬୬ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା । ୧ ବର୍ଷ ଭିତରେ ତାଙ୍କର ଉଚ୍ଚତା ୫ ଫୁଟ ୫ ଇଞ୍ଚରୁ ୬ ଫୁଟ ହୋଇଗଲା ଯେତେବେଳେ ସେ ନିଜର ଉଚ୍ଚତା ବୃଦ୍ଧି କଲେ, ତାଙ୍କ ଜୀବନ ସଂପୂର୍ଣ୍ଣ ବଦଳିଗଲା । ଏବେ ସେ ମାନସିକ କଷ୍ଟରୁ ବାହାରି ଖୁସିରେ ଦିନ କାଟୁଛନ୍ତି ।

Leave A Reply

Your email address will not be published.