Latest Odisha News

BREAKING NEWS

ଯଦି ପାକିସ୍ତାନ ପ୍ରତିଆକ୍ରମଣ କରେ… ସବୁ ଏୟାର ଡିଫେନ୍ସ ୟୁନିଟ୍‌ ହେଲା ଆକ୍ଟିଭ୍, ଚାଲିଛି ବଡ଼ ପ୍ଲାନ୍

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବରଦସ୍ତ ବଦଲା ନେଲା ଭାରତ। ଅପରେଶନ ‘ଅପରେସନ ସିନ୍ଦୂର’ ଅଧୀନରେ ପାକିସ୍ତାନ ଏବଂ ପାକ-ଅଧିକୃତ ଜମ୍ମୁ-କଶ୍ମୀରରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ଗୋଟିଏ ପରେ ଗୋଟିଏ ୯ଟି ଏୟାରଷ୍ଟ୍ରାଇକ କରି ଆତଙ୍କି ଶିବିରକୁ ଧ୍ୱଂସ କରିଦେଇଛି। ଏହି ଅପରେଶନ ପହଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ଭାବେ କରାଯାଇଛି। ଯେଉଁଥିରେ ୨୬ ଜଣ ନିରୀହ ଲୋକଙ୍କ ଜୀବନ ହାନି ଯାଇଥିଲା। ଏହି ଆକ୍ରମଣ ପରେ ପାକିସ୍ତାନର ଜବାବୀ ଆକ୍ରମଣର ଆଶଙ୍କା ରହିଛି, କିନ୍ତୁ ଭାରତ ଏଥିପାଇଁ ପୂର୍ବରୁ ପ୍ରସ୍ତୁତ କରିଛି। ଏନେଇ ପ୍ରତିରକ୍ଷା ଅଧିକାରୀ ଜଣାଇଛନ୍ତି ଯେ, ସମସ୍ତ ଏୟାର ଡିଫେନ୍ସ ଇଉନିଟ୍‌ଗୁଡ଼ିକୁ ସକ୍ରିୟ କରାଯାଇଛି।

ପାକିସ୍ତାନୀ ଏଜେନ୍ସିଗୁଡ଼ିକ ଏହି ଆକ୍ରମଣରେ ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ସ୍ୱୀକାର କରିଛନ୍ତି ଏବଂ ବାହାୱାଲପୁର, କୋଟଲି ଏବଂ ମୁଜଫ୍ଫରାବାଦରେ ଏୟାରଷ୍ଟ୍ରାଇକ ହୋଇଥିବା ମଧ୍ୟ ମାନିଛନ୍ତି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ‘ଅପରେସନ ସିନ୍ଦୂର’ ଅଧୀନରେ ଭାରତୀୟ ସେନା ବାହାୱାଲପୁରର ଜାମି ମସଜିଦ ସୁଭାନଅଲ୍ଲାହ ଉପରେ ଏୟାରଷ୍ଟ୍ରାଇକ କରିଛି। ଯାହା ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ଥିଲା। ଏହାଛଡ଼ା, କୋଟଲିରେ ହିଜବୁଲ ମୁଜାହିଦ୍ଦିନର ତାଲିମ କେନ୍ଦ୍ର ଏବଂ ମୁଜଫରାବାଦରେ ଲସ୍କର-ଏ-ତୈବାର ତାଲିମ କେନ୍ଦ୍ର ଓ ହିଜବୁଲ ମୁଜାହିଦ୍ଦିନର ମୁଖ୍ୟାଳୟ ମଧ୍ୟ ଧ୍ୱଂସ ହୋଇଛି। ଏହି ଠିକଣାଗୁଡ଼ିକ ହାଫିଜ ସଇଦ ଏବଂ ମସୁଦ ଆଜହାର ଭଳି ବିଶ୍ୱବ୍ୟାପୀ ଆତଙ୍କବାଦୀମାନଙ୍କର ଗଡ଼ ଥିଲା।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଦାବି କରିଛନ୍ତି ଯେ ଭାରତ ମାତ୍ର ପାଞ୍ଚଟି ସ୍ଥାନରେ ଆକ୍ରମଣ କରିଛି। ସେ କହିଛନ୍ତି, “ଭାରତ ଦ୍ୱାରା ଥୋପାଯାଇଥିବା ଏହି ଆକ୍ରମଣର ଜୋରଦାର ଜବାବ ଦେବାକୁ ପାକିସ୍ତାନର ପୂର୍ଣ୍ଣ ଅଧିକାର ରହିଛି।” ତେବେ, ଭାରତୀୟ ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି ଯେ ଯେକୌଣସି ଜବାବୀ କାର୍ଯ୍ୟାନୁଷ୍ଠାନର ମୁକାବିଲା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଅନ୍ୟପଟେ ପହଲଗାମ ହମଲାର ପ୍ରତିଶୋଧ ନେବା ପାଇଁ କରାଯାଇଥିବା ଏହି ଏୟାରଷ୍ଟ୍ରାଇକ ସମ୍ପର୍କରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ଆମେରିକାର ଏନଏସଏ ଏବଂ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ଆଲୋଚନା କରିଛନ୍ତି। ଆମେରିକାସ୍ଥିତ ଭାରତୀୟ ଦୂତାବାସ ଜଣାଇଛି ଯେ, ଭାରତର କାର୍ଯ୍ୟାନୁଷ୍ଠାନ ସୁନିର୍ଦ୍ଦିଷ୍ଟ, ସଠିକ ଏବଂ ଦାୟିତ୍ୱପୂର୍ଣ୍ଣ ରହିଛି। ଏହା ଆତଙ୍କବାଦୀ ଥିଲା। କୌଣସି ପାକିସ୍ତାନୀ ନାଗରିକ, ଅର୍ଥନୈତିକ କିମ୍ବା ସାମରିକ ଶିବିରକୁ ଟାର୍ଗେଟ କରାଯାଇ ନାହିଁ। କେବଳ ଆତଙ୍କବାଦୀ ଶିବିରଗୁଡ଼ିକୁ ହିଁ ଟାର୍ଗେଟ କରାଯାଇଛି।

Comments are closed.