Latest Odisha News

BREAKING NEWS

ବାଂଲାଦେଶ ସୀମାରେ ଠାବ ହେଲା ୨୦୦ ମିଟରର ଲମ୍ବା ସୁଡଙ୍ଗ

କରିମଗଞ୍ଜ: ଭାରତ-ବାଂଲାଦେଶ ସୀମାରେ ଠାବ ହୋଇଛି ୨୦୦ ମିଟରର ଲମ୍ବା ସୁଡଙ୍ଗ । ଆସାମର କରିମଗଞ୍ଜରେ ଠାବ କରାଯାଇଥିବା ଏହି ସୁଡଙ୍ଗ ନେଇ ଅନୁପ୍ରବେଶ ଓ ଚୋରା କାରୋବାର ହେଉଥିବା ସନ୍ଦେହ କରାଯାଉଛି । ଅପହରଣ ଓ ମାନବ ତସ୍ମରରେ ଏହାକୁ ମଧ୍ୟ ବ୍ୟବହାର କରାଯାଉଥିଲା ।

ଦିଲବର ହୁସେନ ନାମକ ଜଣେ ବାଳକକୁ ଡିସେମ୍ବର ୨୮ରେ ଅପହରଣ କରାଯାଇଥିଲା । ଏହାର ତଦନ୍ତ କରୁଥିବାବେଳେ ପୋଲିସ ଉକ୍ତ ସୁଡଙ୍ଗ ବିଷୟରେ ଜାଣି ପାରିଥିଲା । ଅପହର୍ତାକାରୀମାନେ ଦିଲବାର ପରିବାରଙ୍କଠାରୁ ୫ ଲକ୍ଷ ଟଙ୍କା ଦାବୀ କରିଥିଲେ । ପୋଲିସ ସୁଡଙ୍ଗ ପାଇଲା ପରେ ଏହାର ରହସ୍ୟ ଖୁବ୍ ଶୀଘ୍ର ଉଜାଗର ହେବ ବୋଲି କହିଛି ।

Leave A Reply

Your email address will not be published.